ରାହୁଲ-ପନ୍ତ-ଶ୍ରେୟସ… Mega Auctionରେ ବଡ଼ ଖେଳାଳିଙ୍କ ପାଇଁ ହେବ ନିଲାମୀ: ଏହି ସୁପରଷ୍ଟାରଙ୍କୁ ମିଳିଲାନି ରିଟେନସନ

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ରିଟେନସନ ପ୍ରକ୍ରିୟା ଶେଷ ହୋଇସାରିଛି । ସମସ୍ତ ଦଳ ମେଗା ଅକ୍ସନ ପୂର୍ବରୁ ନିଜ ନିଜ ଦଳର ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରି ସାରିଛନ୍ତି । ଏମ.ଏସ ଧୋନୀ, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ଦଳର ପ୍ରମୁଖ ଖେଳାଳିଙ୍କୁ ସବୁ ଦଳ ରିଟେନ୍ କରିଛନ୍ତି । କିନ୍ତୁ କିଛି ଦଳରୁ ଅନେକ ବଡ଼ ଖେଳାଳିଙ୍କ ନାଁ ରିଟେନସନ ତାଲିକାରୁ ବାଦ୍ ପଡ଼ିଛି । କେ.ଏଲ ରାହୁଲ, ଋଷଭ ପନ୍ତ ଏବଂ ଶ୍ରେୟସ ଆୟରଙ୍କ ସମେତ ଅନେକ ଖେଳାଳିଙ୍କୁ ରିଲିଜ କରିଛନ୍ତି ସେମାନଙ୍କ ଦଳ । ତେଣୁ ଆସନ୍ତା ସିଜନ ପାଇଁ ଏହି କେଳାଳିମାନେ ମେଗା ଅକ୍ସନରେ ପହଞ୍ଚିବେ ।

ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରହିଥିବା ଋଷଭ ପନ୍ତ ଆସନ୍ତା ସିଜନ ପୂର୍ବରୁ ଦଳରୁ ବାଦ୍ ପଡ଼ିଛନ୍ତି । ସେହିପରି ଲକ୍ଷେ୍ନø ସୁପର ଜିଆଣ୍ଟସର ଅଧିନାୟକ ଦାୟିତ୍ୱରେ ରହିଥିବା କେ.ଏଲ ରାହୁଲ ମଧ୍ୟ ଦଳରୁ ରିଲିଜ ହୋଇଛନ୍ତି । ,ହାବ୍ୟତୀତ ୨୦୨୪ରେ କୋଲକାତାକୁ ଚମ୍ପିଆନ୍ କରାଇଥିବା ଅଧିନାୟକ ଶ୍ରେୟସ ଆୟରଙ୍କୁ ଦଳ ରିଟେନ୍ କରିନାହିଁ । ରିଟେନସନ ତାଲିକାରୁ ଶ୍ରେୟସ ବାଦ୍ ପଡ଼ିବା ପରେ ମେଗା ଅକ୍ସନରେ ସେ ସାମିଲ ହେବେ ।

ଅନ୍ୟପକ୍ଷରେ ରାଜସ୍ଥାନ ରୋୟଲ୍ସ ୩ ଜଣ ବଡ଼ ଖେଳାଳିଙ୍କୁ ବାଦ୍ ଦେଇଛି । ଜୋସ ବଟଲର, ରବିଚନ୍ଦ୍ରନ ଅଶ୍ୱୀନ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ଦଳ ରିଟେନସନ ତାଲିକାରେ ସାମିଲ କରିନାହିଁ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଇଶାନ୍ କିଶାନଙ୍କୁ ଦଳରୁ ରିଲିଜ କରିଛି । ସେପଟେ ଲକ୍ଷେ୍ନø ସୁପର ଜିଆକ୍ରୁ ବାଦ୍ ପଡ଼ିଛନ୍ତି ଷ୍ଟାର କ୍ରିକେଟର କ୍ୱିଣ୍ଟନ ଡି’ କକ୍ । ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ଗତ ସିଜନର ଅଧିନାୟକ ଫାଫ୍ ଡୁ ପ୍ଲେସିସଙ୍କୁ ବାଦ୍ ଦେଇଛି । ଆସନ୍ତା ସିଜନ ପାଇଁ ଏହି ଖେଳାଳିଙ୍କୁ ମେଗା ନିଲାମୀରେ ଦେଖିବାକୁ ମିଳିବ ।

ରିଲିଜ ହୋଇଥିବା ବଡ଼ ଖେଳାଳି: ଋଷଭ ପନ୍ତ, ଇଶାନ୍ କିଶାନ, କେ.ଏଲ ରାହୁଲ, କ୍ୱିଣ୍ଟନ ଡି’କକ୍, ଜୋସ ବଟଲର, ଆର. ଅଶ୍ୱୀନ, ୟୁଜବେନ୍ଦ୍ର ଚହଲ, ଜୋସ ବଟଲର, ଫାଫ୍ ଡୁପ୍ଲେସିସ, ଶ୍ରେୟସ ଆୟର, ଦୀପକ ଚହର ।