ନୂଆଦିଲ୍ଲୀ: ଦୀପାବଳିକୁ ଆଲୋକର ପର୍ବ ବୋଲି କୁହାଯାଇଥାଏ । ଏହି ଦିନରେ ଲୋକ ବାଣ ଫୁଟାଇ ସେଲିବ୍ରେଟ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ବାଣ ସ୍ବାସ୍ଥ୍ୟପକ୍ଷେ କେତେ କ୍ଷତି କାରକ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ଅନେକ ଅଧ୍ୟୟନରେ ବାଣ ସ୍ୱାସ୍ଥ୍ୟ ବିପଦ ଉପରେ ଆଲୋକପାତ କରାଯାଇଛି । ଏହି କାରଣରୁ ଭାରତର ଅନେକ ରାଜ୍ୟରେ ବାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସଲଫର, ଜିଙ୍କ, କପର ଏବଂ ସୋଡିୟମ ଭଳି ଗ୍ୟାସ ବାହାରୁଥିବା ବାଣ ଜାଳିବା ଦ୍ବାରା ହୃଦୟ ଏବଂ ମସ୍ତିଷ୍କ ସ୍ୱାସ୍ଥ୍ୟକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇପାରେ । ଏହି କ୍ଷତିକାରକ ପଦାର୍ଥ ଫୁସଫୁସକୁ ବହୁ କ୍ଷତି ପହଞ୍ଚାଇପାରେ ଏବଂ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ ।
ତେବେ ସେଥିରୁ ବାହାରୁଥିବା ଧୂଆଁ ଯୋଗୁଁ କ୍ୟାନ୍ସର ଭଳି ଅନେର ବିପଦଯୁକ୍ତ ରୋଗ ହେବାର ସମ୍ଭାବନା ରହିଥାଏ । ଏହା ଦ୍ବାରା ଆଖିରେ ଦ୍ବଳନ ଏବଂ ବିନ୍ଧା ହୋଇପାରେ । ଏହାଦ୍ବାରା ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ବାଣ ପାଇଁ ହେଉଥିବା ପ୍ରଦୂଷଣ ଷ୍ଟ୍ରୋକର ଆଶଙ୍କାକୁ ମଧ୍ୟ ବୃଦ୍ଧି ପାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ବାଣ ଫୁଟାଇବା ପାଇଁ ଚାହୁଁଛନ୍ତି ତେବେ ଗ୍ରୀନ ବାଣ ଫୁଟାନ୍ତୁ । ଏହା ଦ୍ବାରା ପ୍ରଦୂଷଣ କମ୍ ହୋଇଥାଏ । ଏହା ବ୍ୟତୀତ ଦୀପ ଜଣାଇ ପରିବାର ସହିତ ଖୁସିରେ ରହିପାରିବେ । ଏହା ଦ୍ବାରା ପରିବେଶ ପ୍ରଦୂଷଣ ମଧ୍ୟ ହେବ ନାହିଁ ।