Kukur Puja: ଗଳାରେ ଫୁଲମାଳ-ମଥାରେ ଟିକା, ଦୀପାବଳି ପରଦିନ ଏଠାରେ ହୁଏ କୁକୁର ପୂଜା

ନୂଆଦିଲ୍ଲୀ: କୁକୁରକୁ ବିଶ୍ବସ୍ଥ ପ୍ରାଣୀ ଭାବେ ବିବେଚନା କରାଯାଇଥାଏ । ଅନେକ ସ୍ଥାନରେ ଲୋକେ କୁକୁରକୁ ଘରେ ଆଣି ରଖିଥାନ୍ତି । ତେବେ ବିଶ୍ବରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ କି କୁକୁରଙ୍କୁ ପୂଜା କରାଯାଇଥାଏ । କୁକୁରକୁ ଫୁଲ, ଚନ୍ଦ୍ନ ଦେଇ ପ୍ରଣିପାତ କରିଥାନ୍ତି ଲୋକେ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ । ନେପାଳରେ କୁକୁରଙ୍କ ଉତ୍ସବକୁ କୁକୁର ପୂଜା କୁହାଯାଏ । ଦୀପାବଳି ପରଦିନ ଏହି ପୂଜା କରାଯାଇଥାଏ । ଏହାକୁ କୁକୁର ପ୍ରତି ଶ୍ରଦ୍ଧା ଏବଂ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ । ଏହି ଦିନରେ ଲୋକେ ନିଜର କୁକୁରକୁ ଫୁଲମାଳ ଦେଇ ସଜେଇଥାନ୍ତି ଏବଂ ତାଙ୍କୁ ସୁସ୍ବାଦୁ ଭୋଜନ ଖାଇବାକୁ ଦେଇଥାନ୍ତି । କୁକୁରଙ୍କୁ ଯମରାଜଙ୍କର ଦୂତ ବୋଲି ବିବେଚନା କରାଯାଇଥାଏ ।

କୁକୁର ଉତ୍ସବ କେବଳ ପାଳିତା କୁକୁର ନୁହେଁ ବରଂ ରାସ୍ତାକଡ କୁକୁରକୁ ମଧ୍ୟ ପୂଜା କରାଯାଇଥାଏ । ରାସ୍ତାକଡରେ ରହୁଥିବା କୁକୁରଙ୍କ ପ୍ରତି ସମ୍ବେଦନଶୀଳତା ଦେଖାଯାଇଥାଏ । ନେପାଳର ପ୍ରଧାନମନ୍ତ୍ରୀ କେ ପି ଶର୍ମା ଦୀପାବଳିର 5 ଦିନିଆ ଉତ୍ସବ ମଧ୍ୟରେ ଗୁରୁବାର ଦିନ କୁକୁର ଉତ୍ସବ ପାଳନ କରିଛନ୍ତି । କୁକୁର ପୂଜା ଶବ୍ଦର ଅର୍ଥ ହେଉଛି କୁକୁରମାନଙ୍କର ପୂଜା । ଦୀପାବଳିର ବୃହତ ହିନ୍ଦୁ ପର୍ବ, ଆଲୋକର ପର୍ବ ମଧ୍ୟରେ ଏହା ଏକ ଛୋଟ ପର୍ବ । କୁକର ପୂଜାରେ କୁକୁରଟିକୁ ଫୁଲମାଳ ଏବଂ ମୁଣ୍ଡରେ ଚିତା କଟାଯାଇଥାଏ । ଏହାପରେ କୁକୁରଙ୍କୁ ପସନ୍ଦ ହୋଇଥିବା ଖାଦ୍ୟ ଦେଇ ସେମାନଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରାଯାଇଥାଏ । କୁକୁର ପୂଜା ଅନେକ ସ୍ଥାନରେ ପାଳନ କରାଯାଏ, କିନ୍ତୁ ନେପାଳରେ ଏହାର ସ୍ୱତନ୍ତ୍ର ସ୍ୱୀକୃତି ରହିଛି । ତେବେ କୁକୁର ପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥାଏ ।