ବରଗଡ଼: (ଓଡ଼ିଶା ଭାସ୍କର) ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା । ଭଟଲି ବ୍ଲକ କୁସନପୁର ବିଜୟା ଛକରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବର୍ଷ ତଳେ ପ୍ରେମ ବିବାହ କରିଥିଲେ ମୃତ ଦମ୍ପତ୍ତି ।
ସେମାନଙ୍କର ୨ଟି ପିଲା ମଧ୍ୟ ଅଛନ୍ତି । ଏପରି ଘଟଣା ପଛରେ ପାରିବାରିକ କଳହକୁ ସନ୍ଦେହ କରାଯାଉଛି । ହତ୍ୟା ପରେ ଆତ୍ମହତ୍ୟା କରାଯାଇଥିବା ମିଳିଛି ସୂଚନା ।