ମହଙ୍ଗା ହେବ ଖାଦ୍ୟ-ପେୟ ସାମଗ୍ରୀ! ଏହି କାରଣରୁ FMCG କମ୍ପାନୀ ବଢାଇବ ଦାମ୍

ନୂଆଦିଲ୍ଲୀ: ଖାଉଟିଙ୍କ ପାଇଁ ନିରାଶଜନକ ଖବର । FMCG କମ୍ପାନୀରେ ବ୍ୟବହୃତ ହେଉଥିବା ଜିନିଷ ବୃଦ୍ଧି ହେବାର ସମ୍ଭାବନା ରହିଛି । ପାମଅଏଲ, କଫି ଏବଂ କୋକୋର ଦାମ୍ ବୃଦ୍ଧି ପାଇଛି । ଏହି ମାର୍ଜିନ କାରଣରୁ କମ୍ପାନୀ ଉତ୍ପାଦିତ ଜିନିଷର ମୂଲ୍ୟ ବୃଦ୍ଧି କରିପାରେ ବୋଲି ଏକ ବିଶେଷ ସୁତ୍ରରୁ ଜଣାପଡିଛି । ହିନ୍ଦୁସ୍ଥାନ ୟିୱିସିଭର, ଗୋଦରେଜ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ , ମେରିକୋ, ଆଇଟିସି ଏବଂ ଟାଟା କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ ଏହାକୁ ନେଇ ଚିନ୍ତା ଜତାଇଛନ୍ତି ।

ବିଶେଷଜ୍ଞଙ୍କ ଅନୁଯାୟୀ, FMCG କ୍ଷେତ୍ରର ମୋଟ ବିକ୍ରିରେ ସହରୀ ବ୍ୟବହାରର ଅଂଶ 65-68 ପ୍ରତିଶତ ଅଟେ । ଜିସିପିଏଲ୍ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁଧୀର ସୀତାପତି କହିଛନ୍ତି ଯେ ଆମେ ଭାବୁଛୁ ଏହା ଏକ ସ୍ୱଳ୍ପକାଳୀନ ପ୍ରତିବନ୍ଧକ ଏବଂ ବିବେକପୂର୍ଣ୍ଣ ମୂଲ୍ୟ ବୃଦ୍ଧି ଏବଂ ମୂଲ୍ୟ ସ୍ଥିରତା ଦ୍ୱାରା ଆମେ ମାର୍ଜିନ ପୁନରୁଦ୍ଧାର କରିବୁ । ସିନ୍ଥୋଲ୍, ଗୋଡ୍ରେଜ୍ ନମ୍ବର-ୱାନ୍, ହିଟ୍ ଭଳି ଉତ୍ପାଦ ବିକ୍ରୟ କରୁଥିବା ଜିସିପିଏଲ୍, ତୈଳ ମୂଲ୍ୟରେ ପରିବର୍ତ୍ତନ ଏବଂ ଭାରତରେ ଗ୍ରାହକଙ୍କ ଚାହିଦାରେ ଅସ୍ଥିରତା ସତ୍ତ୍ବେ ଦରରେ ସ୍ଥାୟୀ ରଖିଛନ୍ତି ।

ଅନ୍ୟପଟେ ଡାବର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ସେପ୍ଟମ୍ବର ମାସ ଚାଲେଞ୍ଜ ଭରା ରହିଥିଲା । ଉଚ୍ଚ ଖାଦ୍ୟ ମୁଦ୍ରିସ୍ପିତି ଏବଂ ଚାହିଦା ହ୍ରାସ ବିଶେଷ ପ୍ରଭାବ ପକାଇଥିଲା । ଡାବର ଚମନପ୍ରାସ, ପୁଦିନ ହରା ଏବଂ ରିଅଲ ଜୁସ୍ ତିଆରି କରୁଥିବା କମ୍ପାନୀର ଲାଭରେ 17.65 ପ୍ରତିଶତ ଗ୍ରାଫ ତଳକୁ ଖସିଛି । ଅନ୍ୟପଟେ ନେସଲେ ଇଣ୍ଡିଆର ଚେୟାରମ୍ୟାନ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ସୁରେଶ ନାରାୟଣ FMCGରେ ହ୍ରାସକୁ ନେଇ ଚିନ୍ତାପ୍ରକଟ କରିଥିଲେ । ଫଳ, ପନିପରିବା ଏବଂ ତେଲର ଦାମ ଦିନକୁ ଦିନ ବୃଦ୍ଧି ହେଉଛି । ଯଦି କଞ୍ଚାମାଲ ପର୍ଯ୍ୟାପ୍ତ ପରିମାଣରେ ମିଳିବ ନାହିଁ ତାହେଲେ ଦର ବୃଦ୍ଧି ହୋଇପାରେ ।