(Viral Photo)ଅଜବ…ଝେଲମ ଯୁଦ୍ଧକୁ ନେଇ ଛାତ୍ରଙ୍କର ନିଆରା ଉତ୍ତର, ପଢିଲେ ଘୁରିବ ମୁଣ୍ଡ

ନୂଆଦିଲ୍ଲୀ: ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ଅନେକ ଉତ୍ତର ପତ୍ର ଭାଇରାଲ ହୋଇଥାଏ । କିଏ ଗୀତ ଲେଖେତ ଆଉ କିଏ ଗପ ଲେଖି ଆସିଯାଏ । ଅନ୍ୟ କିଛି ଛାତ୍ରଛାତ୍ର ଚାଲାକି କରି ଉତ୍ତର ପେପର ଭିତରେ ଟଙ୍କା ରଖିଥାନ୍ତି । ତେବେ ବର୍ତ୍ତମାନ ଏଭଳି ଏକ ଉତ୍ତର ପତ୍ର ଭାଇରାଲ ହୋଇଛି, ଯାହାକୁ ଦେଖିଲେ କୌଣସି ବ୍ୟକ୍ତିର ମଧ୍ୟ ମୁଣ୍ଡ ଘୁରିଯିବ । ଉତ୍ତର ପେପରକୁ ପଢିଲେ ନହସି ରହି ହେଉନି । ଏହି ଉତ୍ତର ପତ୍ର ଆହ୍ଲାବାଦ ବିଶ୍ବବିଦ୍ୟାଳୟର ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ୟୁଜର୍ସଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି ।

ଭାଇରାଲ ହେଉଥିବା ଉତ୍ତର ପେପରରେ ସ୍ପଷ୍ଟ ଭାବେ ଆହ୍ଲାବାଦ ବିଶ୍ବାବିଦ୍ୟାଳୟ ଲେଖାଯାଇଛି । ଏଭଳି ଉତ୍ତର ଦେଖି ଶିକ୍ଷକ ମଧ୍ୟ ଅବସାଦରେ ଫେଲ୍ ବୋଲି ଲେଖିନାହାନ୍ତି । ଅକ୍ଟୋବର 14 ତାରିଖରେ ଏହି ପରୀକ୍ଷା ହୋଇଥିଲା । ଝେଲମ୍ ଯୁଦ୍ଧ ଉପରେ 300 ଶବ୍ଦ ଲେଖିବା ପାଇଁ କୁହାଯାଇଥିଲା । ଆଶିଷ କୁମାନ ନାମକ ଏକ ଛାତ୍ର ଏହାର ଉତ୍ତର ହାସ୍ୟାସ୍ପଦ ଭାବେ ଦେଇଛନ୍ତି । ତାଙ୍କ ଉତ୍ତର ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି ।

ଛାତ୍ର ଜଣକ ଉତ୍ତର ଖାତାରେ ଲେଖିଛନ୍ତି, ପ୍ରାଚୀନ ଭାରତରେ ବହୁତ ମହତ୍ତ୍ବପୂର୍ଣ୍ଣ ଯୁଦ୍ଧ ହେଉଥିଲା । ଆଲେକ୍ସଜାଣ୍ଡାର୍ ପୋରସ୍ ପଛରେ ଘୋଡା ଦୌଡାଇଥିଲେ । ସେତେବେଳେ ଟବ-ଡକ, ଟବ-ଡକ୍ ହୋଇଥିଲା । ଉତ୍ତର ପତ୍ର ଦେଖିଲେ ଲାଗୁଛି ଯୁଦ୍ଧ ଏହି ଖାତାରେ ହିଁ ହୋଇଛି । ପୌରସ ଆଲେକଜାଣ୍ଡାର ଉପରେ ତୀର ଚଳାଇଥିଲେ । ଯିଏ ହାରିଯାଇଥିବା ବାଜିକୁ ନିଜ ଆଡକୁ କରିପାରିଥାଏ, ତାହାକୁ ଅସଲ ବାଜିଗର କୁହାଯାଏ । ଏଭଳି ଉତ୍ତରପତ୍ର ଭାଇରାଲ ହେବା ପରେ ଚର୍ଚ୍ଚା ହେଉଛି ।