ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳଫଳ ଘୋଷଣା ହୋଇସାରିଛି । ଏଥିରେ କମଳା ହାରିସଙ୍କୁ ହରାଇ ବାଜି ମାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାକୁ 47 ତମ ରାଷ୍ଟ୍ରପତି ମିଳିସାରିଥିବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ହେବେ । ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବେ । ଟ୍ରମ୍ପକୁ 277 ଇଲେକ୍ଟାରାଲ ଭୋଟ ମିଳିଥିବା ସୂଚନା ମିଳିଛି । ତେବେ ଟ୍ରମ୍ପ ବାଜି ମାରିବା ଖୁସିରେ ତାଙ୍କୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ନିର୍ବାଚନ ଜିତିବା ପାଇଁ 270 ମ୍ୟାଜିକ ନମ୍ବର ରହିଥିବା ବେଳେ ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ 277 ଭୋଟ ପାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଆମେରିକାରେ ମୋଟ 16 କୋଟି ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି । ଭୋଟ ଗ୍ରହଣ ପୂର୍ବରୁ 8 କୋଟି ଲୋକେ ମତଦାନ କରିସାରିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କୁ 277 ଇଲେକ୍ଟୋରାଲ ଭୋଟ ମିଳିଥିବା ବେଳେ ଡେମୋକ୍ରାଟିକ ଦଶର ପ୍ରାର୍ଥୀ କମଳା ହାରିସଙ୍କୁ 226 ଇଲେକ୍ଟୋରାଲ ଭୋଟ ମିଳିଛି । ଟ୍ରମ୍ପ 24 ଟି ରାଜ୍ୟରେ ବାଜି ଜିତିଥିବା ବେଳେ କମଳା ହାରିସ୍ 18ଟି ରାଜ୍ୟରେ ଜିଚିଛନ୍ତି । ତେବେ ସୁତ୍ରରୁ ସୂଚନା ମିଳିଛି ଯେ, ଟ୍ରମ୍ପ ଖୁବଶୀଘ୍ର ଜନତାଙ୍କୁ ସମ୍ବୋଧିତ କରିବେ ।