ଆମେରିକା ନିର୍ବାଚନ ୨୦୨୪ ସହ ଜଡ଼ିତ ୫ଟି ବଡ଼ କଥା; ପୂର୍ବ ପ୍ରତିଶ୍ରୁତି ପାଇଁ ଜିତିଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳଫଳ ଘୋଷଣା ହୋଇସାରିଛି । ଏଥିରେ କମଳା ହାରିସଙ୍କୁ ହରାଇ ବାଜି ମାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାକୁ ୪୭ ତମ ରାଷ୍ଟ୍ରପତି ମିଳିସାରିଥିବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ହେବେ । ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବେ । ଆମେ ଆପଣଙ୍କୁ ଆମେରିକା ନିର୍ବାଚନ ୨୦୨୪ ସହ ଜଡିତ ବଡ କଥା କହୁଛୁ ।

  1. ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ନିର୍ବାଚନ ଜିତିଛନ୍ତି । ଟ୍ରମ୍ପ ୨୭୯ ଇଲେକ୍ଟୋରାଲ ଭୋଟ୍ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଳା ହାରିସ୍ ୨୨୩ ଇଲେକ୍ଟୋରାଲ ଭୋଟ୍ ପାଇଛନ୍ତି ।
  2. ଏକ ଘଣ୍ଟା ପୂର୍ବରୁ ସ୍ୱିଙ୍ଗ୍ ରାଜ୍ୟ ୱିସ୍କନ୍ସିନ୍ରେ ରିପବ୍ଲିକାନ୍ ଦଳର ବିଜୟ ସହ ଡୋନାଲ୍ଡ ଟ୍ରମ୍ପ୍ ୨୭୦ ଇଲେକ୍ଟୋରାଲ୍ ଭୋଟ୍ ସଂଖ୍ୟା ଅତିକ୍ରମ କରିଛନ୍ତି ।
  3. ଅନେକ କ୍ଷେତ୍ରର ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ ।
  4. ତେବେ ନିର୍ବାଚନପରାଜୟ କୁ ନେଇ କମଳା ହାରିସ ଏପର୍ଯ୍ୟନ୍ତ କୌଣସି ବୟାନ ଦେଇନାହାନ୍ତି ।
  5. ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ମୁଦ୍ରାସ୍ଫୀତି ହ୍ରାସ କରିବେ । ଆମେରିକା ଓ ମେକ୍ସିକୋ ମଧ୍ୟରେ ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ କରିବେ ବୋଲି ସେ କହିଛନ୍ତି, ଯାହା ଗତ କାର୍ଯ୍ୟକାଳରେ ପ୍ରତିଶ୍ରୁତି ଦିଆଯାଇଥିଲା ।