Breaking: ହାଇକୋର୍ଟଙ୍କ ନିଷ୍ପତ୍ତି, ତଳ-ଉପର ପଡିଆରେ ହେବ ବାଲିଯାତ୍ରା

କଟକ: ବାଲିଯାତ୍ରା ନେଇ ବଡ ଅପଡେଟ୍। ଚଳିତ ଥର ଉପର ପଡିଆରେ ହେବ ବାଲିଯାତ୍ରା । ଉପର ପଡିଆରେ ବାଲିଯାତ୍ରା ନେଇ ଅନୁମତି ଦେଲେ ହାଇକୋର୍ଟ । ତଳ ପଡିଆ ସହିତ ଉପର ପଡିଆରେ ମଧ୍ୟ ହେବ ବାଲିଯାତ୍ରା । ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡିଆରେ ବାଲିଯାତ୍ରା ପାଇଁ ଅନୁମତି ମିଳିଛି । କିନ୍ତୁ ଆସନ୍ତା ବର୍ଷ କେବଳ ତଳ ପଡିଆରେ ବାଲିଯାତ୍ରା ନେଇ ପ୍ରଶାସନ ପଦକ୍ଷେପ ନେବ । ଭିଡ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ । ତେବେ ବ୍ୟବସାୟକୁ ନେଇ ମଧ୍ୟ କୋର୍ଟ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାସ୍ତାକଡ ଓ ଫୁଟପାଥ ଉପରେ ବ୍ୟବସାୟକୁ କୋର୍ଟ ସମ୍ପୁର୍ଣ୍ଣ ବାରଣ କରିଛନ୍ତି ।