ଆଜି Last Date, କମ୍ ଖର୍ଚ୍ଚରେ ମିଳିପାରିବ BSNLର ଏହି ସ୍ପେସାଲ ଅଫର: ୩୬୫ ଦିନ ପାଇଁ ୬୦୦ GB ଡାଟା

ଓଡ଼ିଶା ଭାସ୍କର: ଫେଷ୍ଟିଭ ସିଜନ ଏବଂ ଦିୱାଲୀ ଅବସରରେ ଗ୍ରାହକଙ୍କୁ ବିଭିନ୍ନ ରିଚାର୍ଜ ପ୍ଲାନ ଭେଟି ଦେଇଛନ୍ତି ଟେଲିକମ୍ କମ୍ପାନୀ । ଏହି ଅବସରରେ ସରକାରୀ ଟେଲିକମ୍ କମ୍ପାନୀ BSNL ମଧ୍ୟ ଦମଦାର ପ୍ଲାନ ଲଞ୍ଚ୍ କରିଛି । ଦିୱାଲୀ ଅବସରରେ କୋଟି କୋଟି ଗ୍ରାହକଙ୍କୁ BSNL ମଧ୍ୟ ସ୍ପେସାଲ ରିଚାର୍ଜ ପ୍ଲାନ ଭେଟି ଦେଇଛି । ଖୁବ କମ୍ ଖର୍ଚ୍ଚରେ କମ୍ପାନୀ ୩୬୫ ଦିନ ପାଇଁ ଏକ ଶସ୍ତା ରିଚାର୍ଜ ପ୍ଲାନ ଅଫର କରିଥିଲା । ତେବେ ଆଜି ହେଉଛି ଏହି ଅଫରର ଶେଷ ଦିନ । ତେଣୁ ଯଥାଶୀଘ୍ର ଏହି ପ୍ଲାନ ରିଚାର୍ଜ କରିନେବାକୁ ଗ୍ରାହକ ତତ୍ପର ହେଉଛନ୍ତି ।

ଦିୱାଲୀ ଅବସରରେ ଗ୍ରାହକଙ୍କ ପାଇଁ BSNL ଏକ ସ୍ପେସାଲ ଅଫର ଆଣିଥିଲା । ଏହି ଅପରରେ କମ୍ପାନୀ ସମସ୍ତ ୟୁଜରଙ୍କୁ ୧୯୯୯ ଟଙ୍କାରେ ଡିସ୍କାଉଣ୍ଟ ଅଫର ପ୍ରଦାନ କରିଥିଲା । ୧୯୯୯ ଟଙ୍କା ରିଚାର୍ଜ ପ୍ଲାନରେ ମୋବାଇଲ ନମ୍ବର ରିଚାର୍ଜ କରିବା ଦ୍ୱାରା ଗ୍ରାହକଙ୍କୁ ୧୦୦ ଟଙ୍କାର ରିହାତି ମିଳୁଥିଲା । ଅର୍ତାତ୍ ଏହି ରିଚାର୍ଜ ପ୍ଲାନ ପାଇଁ ଗ୍ରାହକ ୧୯୯୯ ଟଙ୍କା ପରିବର୍ତ୍ତେ ମାତ୍ର ୧୮୯୯ ଟଙ୍କା ଖର୍ଚ୍ଚ କରିବେ । ଏହା ହେଉଛି ଏକ ଆନୁଆଲ ରିଚାର୍ଜ ପ୍ଲାନ । ଏହି ପ୍ଲାନରେ ୩୬୫ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ଫାଇଦା ପାଇପାରିବେ । ତେବେରିହାତି ପରେ ଏହି ରିଚାର୍ଜ ସମସ୍ତଙ୍କ ପାଇଁ ସ୍ପେସାଲ ହୋଇଯାଇଛି ।

ମାତ୍ର ୧୮୯୯ ଟଙ୍କା ଖର୍ଚ୍ଚରେ ୩୬୫ ଦିନର ଭ୍ୟାଲିଡିଟି ସହିତ ମାଗଣା କଲିଙ୍ଗ, ଡାଟା ଏବଂ SMS ସୁବିଧା ପାଇପାରିବେ ଗ୍ରାହକ । ଏହି ରିଚାର୍ଜ ପ୍ଲାନରେ କମ୍ପାନୀ ମୋଟ ୬୦୦ ଜିବି ଡାଟା ଅଫର କରିଥାଏ । କମ୍ ଦାମରେ ଅଧିକ ଇଣ୍ଟରନେଟ ବ୍ୟବହାର କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଏହି ଅଫର ବେଶ୍ ଲାଭବାନ ହୋଇପାରେ । ଏହି ଅଫର ନେଇ ବିଏସଏନଏଲ ତରଫରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦିଆଯାଇଛି । ମାଗଣା କଲିଙ୍ଗ ଏବଂ ଇଣ୍ଟରନେଟ ଡାଟା ସହିତ ମାଗଣା ମ୍ୟୁଜିକ ଏବଂ ଗେମ୍ ମଧ୍ୟ ଅଫର କରୁଛି ବିଏସଏନଏଲ ।