ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ପୁଣି ଏକ ଶସ୍ତା ପ୍ଲାନ ଆଣଛି ଜିଓ । କିଛି ଦିନ ତଳେ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିବା ବେଳେ ଏବେ ପୁଣି ହ୍ରାସ ହୋଇଛି । 84 ଦିନିଆ ରିଜାର୍ଚ ପ୍ଲାନର ଦାମ୍ ହ୍ରାସ କରିଛି କମ୍ପାନୀ । ଜିଓର ଅନ୍ୟ ସମସ୍ତ ରିଚାର୍ଜ ପ୍ଲାନ ମଧ୍ୟରୁ ଏହା ସବୁଠାରୁ ଶସ୍ତା ଏବଂ ଅଧିକ ଲାଭଦାୟୀ ବୋଲି କୁହାଯାଇଛି । ଏହି 84 ଦିନିଆ ଭାଲିଡିଟି ପ୍ଲାନରେ ଅନଲିମିଟେଡ୍ ଡାଟା, କଲିଂ, ଏସଏମଏସ ସାଙ୍ଗକୁ ଆହୁରି ମଧ୍ୟ ସୁବିଧା ପାଇପାରିବେ ଗ୍ରାହକ ।
ଜିଓର ଏହି ପ୍ଲାନର ଦାମ୍ 479 ଟଙ୍କା ରହିଥିବା ବେଳେ 84 ଦିନ ଭାଲିଡିଟି ସହିତ ଆସୁଛି । ଏହା ସବୁଠାରୁ ଶସ୍ତା ପ୍ଲାନ ବୋଲି କୁହାଯାଉଛି । ଏଥିରେ ଗ୍ରାହକଙ୍କୁ ଅନଲିମିଡେଟ୍ କଲିଂ ସୁବିଧା ମିଳିବ । ଲୋକାଲ ଏବଂ ଏସଟିଡି ନମ୍ବରରେ ଅନଲିମିଟେଡ୍ କଥା ହୋଇପାରିବେ । ଏଥିରେ ସମୁଦାୟ 6ଜିବି ଡାଟା ବ୍ୟବହାର କରିପାରିବେ ଗ୍ରାହକ । ଏତିକି ଡାଟା ଅନେକ ଲୋକଙ୍କୁ କମ୍ ଲାଗୁଥିଲେ ମଧ୍ୟ ଅନେକ ଲୋକଙ୍କ ପାଇଁ ଏହା ଉପଯୋଗୀ ହୋଇଥାଏ । ଅନେକ ଲୋକଙ୍କୁ ଇଣ୍ଟଟନେଟ୍ ବଦଳରେ କେବଳ କଲିଂର ଆବଶ୍ୟକତା ରହିଥିବା ବେଳେ ଏହା ସେମାନଙ୍କ ପାଇଁ ବେଶ୍ ଉପଯୋଗୀ ହେବ । ଏହାସହିତ ସମୁଦାୟ 1000 ଏସଏମଏସର ସୁବିଧା ମିଳିବ । ଲୋକେ ନିଜ ଇଚ୍ଛା ମୁତାବକ ବ୍ୟବହାର କରିପାରିବେ । ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡର ବ୍ୟବହାର କରିପାରିବେ । ଜିଓ ଟିଭି ଦ୍ବାରା ଅନେକ ଚ୍ୟାନେଲର ବ୍ୟବହାର କରିପାରିବେ । ମାଇ ଜିଓ ଆପକୁ ନେଇ ରିଚାର୍ଜ କରିପାରିବେ ।