40 ହଜାର ଲାଞ୍ଚ ନେଉଥିଲେ ଡାକ୍ତରବାବୁ, ଧରି ପକାଇଲା ଭିଜିଲାନ୍ସ ଟିମ୍

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ । ଲାଞ୍ଚ ନେଇ ଡାକ୍ତର ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ବୈପାରୀଗୁଡା ସିଏଚସି ମେଡିକାଲ ଅଫିସର ଡାକ୍ତରଙ୍କୁ ଧରିଛି ଅବକାରୀ ବିଭାଗ । ଲାଞ୍ଚୁଆ ଡାକ୍ତର ହେଲେ ବିଶ୍ବଜିତ ଭୂୟାଁ । ବକେୟା ଦରମା କରେଇ ଦେବାକୁ 40 ହଜାର ଲାଞ୍ଚ ନେଉଥିଲେ ।

କୋରାପୁଟ ଜିଲ୍ଲା ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିଲେ ବିଶ୍ବଜିତ ଭୂୟାଁ । ନର୍ସିଂ ଅଫିସର ପିଙ୍କି ବଳ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ ବିଭାଗ । ତେବେ ଭିଜିଲାନ୍ସ ବିଭାଗ ତାଙ୍କୁ କାର୍ଯ୍ୟାଳୟକୁ ଆଣି ପଚରାଉଚରା ଜାରି ରଖିଥିବା ବେଳେ ଆଉ ଏକ ଟିମ୍ କ୍ବାଟରରେ ଯାଞ୍ଚ ଜାରି ରଖିଛନ୍ତି । ଏହାସହିତ ପୈତୃତ ଘରେ ମଧ୍ୟ ରେଡ୍ ହୋଇଥିବା ସୂଚନା ରହିଛି । ପିଙ୍କି ବଳ ଏନେଇ ପୂର୍ବରୁ ଅଭିଯୋଗ କରିଥିବା ବେଳେ ଆଜି ଲାଞ୍ଚ ନେବା ସମୟରେ ମାଡି ବସିଛି ଭିଜିଲାନ୍ସ ଟିମ୍ । ତେବେ ତଦନ୍ତ ଜାରି ରହିଥିବା ବେଳେ ସନ୍ଧ୍ୟା ବେଳେ ଏକ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ସୂଚନା ଦେବେ ବୋଲି ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।