କଙ୍ଗନା ରଣାୱତଙ୍କ ଆଈଙ୍କ ପରଲୋକ: ଦୁଃଖରେ ଭାଙ୍ଗି ପଡ଼ିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପାଇଁ ଆସିଛି ଏକ ଦୁଃଖ ଖବର । ଅଭିନେତ୍ରୀଙ୍କ ଆଈ ଆଉ ନାହାନ୍ତି । କିଛିଦିନ ତଳେ ଆଈଙ୍କୁ ଷ୍ଟ୍ରୋକ ଆସିଥିବା ବେଳେ ଏବେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଈଙ୍କ ପରଲୋକ ପରେ କଙ୍ଗନା ତାଙ୍କର ଅନ୍ତିମ ସମର ଫଟୋ ସହିତ ଭାବପ୍ରବଣ ଭରା ପୋଷ୍ଟ ଶେୟାର କରିଛନ୍ତି । ୮ ତାରିଖ ରାତିରେ ଆଈ ତାଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଯାଇଥିବା ଅଭିନେତ୍ରୀ ଉଲ୍ଲେଖ କରିଛନ୍ତି ।

ଖବର ମୁତାବକ, ବଲିଉଡ ଅଭିନେତ୍ରୀ କଙ୍ଗାନାଙ୍କ ଆଈ ଇନ୍ଦ୍ରାଣୀ ଠାକୁର ଆଉ ନାହାନ୍ତି । ଗତକାଲି ରାତିରେ ଆଈ ଶ୍ରୀମତୀ ଠାକୁର ପରଲୋକ ଗମନ କରିଛନ୍ତି । ଏହି ଦୁଃଖଦ ଘଟଣା ପରେ ଅଭିନେତ୍ରୀଙ୍କ ପରିବାରରେ ଶୋକର ଲହରୀ ଖେଳିଯାଇଛି । ଆଈଙ୍କୁ ମୃତ୍ୟୁ ବେଳକୁ ୧୦୦ରୁ ଅଧିକ ବର୍ଷ ବୟସ ହୋଇଥିଲା । ଏହି ଅବସରରେ କଙ୍ଗନା ଆଈଙ୍କ ସହ ଶେଷ ସମୟର ଫଟୋ ଶେୟାର କରିବା ସହ ତାଙ୍କ ଆଈ ଜଣେ ଭାଗ୍ୟଶାଳୀ ମହିଳା ଥିଲେ ବୋଲି ଉଲ୍ଲେଖ କରିଛନ୍ତି ।