ନୂଆଦିଲ୍ଲୀ: ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ୬୧ ରନର ଏକ ବିଶାଳ ବିଜୟ ହାସଲ କରିଛି ଭାରତ । ତେବେ ପ୍ରଥମ ମ୍ୟାଚରେ ସଞ୍ଜୁ ସାମସନଙ୍କ ଶତକ ଏବଂ ସ୍ପିନ୍ ଆଟାକରେ ଭାରତ ଏହି ମ୍ୟାଚ ଉପରେ କବଜା କରିଛି । କିନ୍ତୁ ଏହି ମ୍ୟାଚରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଦ୍ୱିତୀୟ ଇନିଂସରେ ଏକ ମଜାଦାର ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ମ୍ୟାଚରେ ଗୋଟିଏ ଛକା ଲାଗିବା ପରେ ଜଣେ ଫ୍ୟାନ୍ସ ଏହି ବଲ୍ ଧରି ଫେରାର ହୋଇ ଯାଇଥିବା ଏହି ଭିଡିଓରେ ଦେଖାଯାଇଛି ।
ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ସହ ଭାରତ ଦକ୍ଷିଣ ଆପ୍ରିକାକୁ ୨୦୩ ରନର ଲକ୍ଷ୍ୟ ଦେଇଥିଲା । ତେବେ ଏହି ରନର ପିଛା କରି ଦକ୍ଷିଣ ଆଫ୍ରିକା ନିରାଶଜନକ ପ୍ରଦର୍ଶନ କରିଥିଲା । ଫଳରେ ମାତ୍ର ୧୪୧ ରନରେ ଅଲ୍ ଆଉଟ ହୋଇ ଦଳ ୬୧ ରନର ଏକ ବିରାଟ ପରାଜୟର ସମ୍ମୁଖୀନ ହୋଇଛି । ତେବେ ଏହି ମ୍ୟାଚରେ ଗେରାଲ୍ଡ କଏଟଜୀଙ୍କ ଏକ ଛକା ଦର୍ଶକଙ୍କୁ ଖୁବ ଏଣ୍ଟରଟେନ କରିଛି । ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ବଲରେ କଏଟଜୀ ଏକ ବିଶାଳ ଛକା ମାରିଥିଲେ । ଫଳରେ ଛକା ଏକଦମ ଷ୍ଟାଡିୟମରେ ବାହାରେ ପଡ଼ିଥିଲା । ତେବେ ସେଠାରେ ଥିବା ଜଣେ ବ୍ୟକ୍ତି ଏହି ବଲ୍ ଧରି ଫେରାର ହୋଇଯାଇଛନ୍ତି ।
View this post on Instagram
ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଜେରାଲ୍ଡ କୋଟେଜୀ ଛକା ଛକା ମାରିଥିଲେ ଏବଂ ବଲ ଷ୍ଟାଡିୟମ ପାର ହୋଇ ରାସ୍ତାରେ ପଡିଥିଲା, କ୍ୟାମେରା ଏହାକୁ ଅନୁସରଣ କରୁଥିଲା। ଏହା ଦେଖି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଆକାଶ ଚୋପ୍ରା ମ୍ୟାଚ୍ ସମୟରେ ମନ୍ତବ୍ୟ ଦେଉଥିଲେ, ଏହାକୁ ଫେରାଇ ଦିଅ … ବଲ୍ ବହୁତ ମହଙ୍ଗା । କିନ୍ତୁ ଯୁବକ ଜଣକ ଏହି ବଲ୍ ଦରି ଦୌଡ଼ି ପଳାଇଛନ୍ତି । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।