IAS ଅଧିକାରୀ ସ୍ତରରେ ଅଦଳବଦଳ: ବଦଳିଲେ ଶକ୍ତି ଓ ଯୋଗାଣ ବିଭାଗର ସେକ୍ରେଟାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି । କିଛି ନୂଆ ଅଧିକାରୀଙ୍କୁ ରାଜ୍ୟ ସରକାର ନୂଆ ସ୍ଥାନରେ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ଶକ୍ତି ଓ ଖାଦ୍ୟ ଯୋଗାଣ ବିଭାଗର ସଚିବଙ୍କୁ ପରିବର୍ତ୍ତନ କରାଯାଇଛି । ରେଭିନ୍ୟୁ ଓ ଡି.ଏମ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ସହ ସ୍ୱତନ୍ତ୍ର ରିଲିଫ କମିଶନର, ଓଡ଼ିଶାର ଅତିରିକ୍ତ ଦାୟିତ୍ୱରେ ଥିବା ଦେଓରଞ୍ଜନ କୁମାର ସିଂହଙ୍କୁ ଓଡ଼ିଶା ବନ୍ୟା ବିକାଶ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଇ ଆଣ୍ଡ ଆଇଟି ବିଭାଗର ପ୍ରିନ୍ସିପାଲ ସଚିବ ସହ ଓକାକର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ପ୍ରିନ୍ସିପାଲ ସଚିବ ଦାୟିତ୍ୱ ଦିଆଯାଇଛି । ସଞ୍ଜୟ କୁମାର ସିଂହଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରିନ୍ସିପାଲ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଭାସ୍କର ଜ୍ୟୋତି ସର୍ମାଙ୍କୁ ଓପିଟିସିଏଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗିରିଶ ଏସ.ଏନ.ଙ୍କୁ ପି.ଆର ଆଣ୍ଡ ଡି.ଡବ୍ଲ୍ୟୁ ବିଭାଗର କମିସନର-କମ-ସେକ୍ରେଟାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଗୁହା ପୁନମ୍ ତାପସ କୁମାରଙ୍କୁ ହ୍ୟାଣ୍ଡଲୁମ୍, ଟେକ୍ସଟାଇଲ୍ସ ଓ ହ୍ୟାଣ୍ଡିକ୍ରାଫ୍ଟ ବିଭାଗର କମିସନର-କମ-ସେକ୍ରେଟାରୀ ଦାୟିତ୍ୱ ଦିଆଯାଇଛି ।