ନଭେମ୍ବର 20ରୁ ଆରମ୍ଭ ହେବ ଧାନ ସଂଗ୍ରହ, 8ରେ ଚାଷୀ ସମାବେଶ

ଭୁବନେଶ୍ବର: ନଭେମ୍ବର 20 ତାରିଖରୁ ବରଗଡରୁ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା । ଏହାପରେ ଆସନ୍ତା 22 ତାକିଖରେ ସମ୍ବଲପୁରରେ ଧାନ ସଂଗ୍ରହ ହେବ । ବରଗଡ ସମ୍ବଲପୁର ପରେ ଅନ୍ୟ ସବୁ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ । ତେବେ ଏହି ଧାନ ସଂଗ୍ରହ ପ୍ରକ୍ରିୟା ନଭେମ୍ବର 20 ତାରଖରୁ ଡିସେମ୍ବର 7 ତାରିଖ ଯାଏଁ ଚାଲିବ । ତେବେ ଧାନସଂଗ୍ରହର 48 ଘଣ୍ଟା ଭିତରେ ଦୁଇଟି ପର୍ଯ୍ୟାୟରେ ଏମଏସପି ପ୍ରଦାନ କରାଯିବ । ଏମଏସପି 2300 ଏବଂ 48 ଘଣ୍ଟା ଭିତରେ ଆଉ ଅତିରିକ୍ତ 8 ଶହ ପ୍ରଦାନ କରାଯିବ । ତେବେ ମୁଖ୍ୟମନ୍ତ୍ରୀ ଏହି ଧାନସଂଗ୍ରହ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସରେ କଥା ହୋଇଛନ୍ତି ।

ସୂଚନା ଅନୁସାରେ, ଡିସେମ୍ବର 8 ତାରିଖରେ ବରଗଡ ଜିଲ୍ଲାର ସାହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜିତ କରାଯିବା ନେଇ ସ୍ଥିର କରାଯାଇଛି । ଏଠାରେ କୃଷକମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରାଯିବ । ତେବେ ଧାନସଂଗ୍ରହ ପାଇଁ 15 ତାରିଖରୁ ଟୋକେନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବା ବେଳେ ଟୋକେନର 7 ଦିନ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିପାରିବେ । ତେବେ ଏହି ସମୟରେ କଟନି ଛଟନି ରୋକିବା ସହିତ ମଣ୍ଡିରେ ସିସିଟିଭି ଲଗାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।