ଭୁବନେଶ୍ବର: ଶିଶୁ ଦିବସରେ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଓଡିଶା ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲରେ ରହି ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଏଣିକି ଟଙ୍କା ଦେବାକୁ ପଡିବ ନାହିଁ । ମାସିକ 2 ହଜାର ଟଙ୍କା ଖର୍ଚ୍ଚକୁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ଛାଡ କରିବା ପାଇଁ ଘୋଷଣା କରିଛନ୍ତି । ଅର୍ଥାତ୍ ଏଣିକି ଆଦର୍ଶ ସ୍କୁଲରେ ମାଗଣାରେ ରହିବେ ଛାତ୍ରଛାତ୍ରୀ । ହଷ୍ଟେଲର ସମ୍ପୁର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପ୍ରକାଶଥାଉକି, ଶିଶୁ ଦିବସ ଅବସରରେ ସରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦାନ କରି ପୂର୍ବତନ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । 5ଟି ସ୍କୁଲର ଦୂରାବସ୍ଥାକୁ ନେଇ ବର୍ଷିଥିଲେ ମୋହନ ମାଝୀ । ଓଡିଶାରେ ଛୁଆଙ୍କର ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ପୂର୍ବ ସରକାର ଷଡଯନ୍ତ୍ର କରିଥିବା ନେଇ ସେ କହିଥିଲେ । ତେବେ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ ଆମ ପାଇଁ ଏକ ବଡ ଚାଲେଞ୍ଜ ବୋଲି କହିଥିଲେ । 2020 ମସିହାରୁ ଜାତୀୟ ଶିକ୍ଷାନୀତି ଅଣାଯାଇଥିଲେ ମଧ୍ୟ ଏହାକୁ ଲାଗୁ କରାଯାଇନଥିଲା । ଚଳିତ ବର୍ଷ ଏହାକୁ ଲାଦୁ କରିବା ପରେ ଏହା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ।