Breaking news: ବଡ ଘୋଷଣା, ପ୍ରତ୍ୟାହାର ହେଲା ପ୍ରଶିକ୍ଷଣ ଭତ୍ତା

ଭୁବନେଶ୍ବର: ପ୍ରତ୍ୟାହାର ହେଲା ପ୍ରଶିକ୍ଷଣ ଭତ୍ତା । ସରକାରୀ ତାଲିମ ଅନୁଷ୍ଠାନକୁ ମିଳୁଥିବା ପ୍ରଶିକ୍ଷଣ ଭତ୍ତାକୁ ପ୍ରତ୍ୟାହାର କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏକାଡେମୀ, କଲେଜ, ସ୍କୁଲ ଏବଂ ଅନୟାନ୍ୟ ତାଲିମ ଅନୁଷ୍ଠାନକୁ ଆଗରୁ ଭତ୍ତା ମିଳୁଥିଲା । ଗୋପବନ୍ଧୁ ଏକାଡେମୀ, ମଧୁସୂଦନ ଦାସ ରିଜିଓନାଲ ଏକାଡେମୀ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ, ଓଡିଶା ଜୁଡିସିଆଲ ଏକାଡେମୀ ଭଳି ତାଲିମ ଅନୁଷ୍ଠାନର ଅଫିସର ଏବଂ ଷ୍ଟାଫଙ୍କର ପ୍ରଶିକ୍ଷଣ ଭତ୍ତା ପ୍ରତ୍ୟାହାର କରାଯାଇଛି ।