ନୂଆଦିଲ୍ଲୀ: ବୈବାହିକ ଜୀବନରେ ଅଭିଷେକ ବଚ୍ଚନ ବଡ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱସୁନ୍ଦରୀ ଏଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେଲା ପରେ ଆଉ ଏକ ଅଭିନେତ୍ରୀଙ୍କ ହାତ ଧରିବା ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଏହାକୁ ନେଇ ଅନେକ ୟୁଜର୍ସ ଭିନ୍ନଭିନ୍ନ ମତ ଦେଉଛନ୍ତି । କୁହାଯାଏ ବଡ଼ କଥା ବଡ଼ ଗୁମର କଥା । ତେବେ ଅଭିଷେକ ବଚ୍ଚନଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି । ଯେଉଁ ଏୈଶ୍ୱର୍ଯ୍ୟା ଅଭିଷେକଙ୍କୁ ବାହା ହେଲୋ ପରେ ଏତେ ଖୁସିରେ ଥିଲେ । ଯେଉଁ ଅମିତା ବଚନଙ୍କୁ ଶଶୁର ଭାବେ ପାଇଁ ଖୁସିରେ ଥିଲେ ।
ସେହି ସମ୍ପର୍କ ଏମିତି କେମିତି ମଳିନ ପଡ଼ିଗଲା । ତେବେ ଏୈଶ୍ୱର୍ଯ୍ଯା ରାୟଙ୍କ ସହ ତାଙ୍କ ଝିଅ ଆରଧ୍ୟା ସବୁବେଳେ ରହିଥାନ୍ତି । ଯଦିବା ଝଅକୁ ବାପା ଅଭିଷେକଙ୍କ ସହ ଖୁବ କମ୍ ସମୟ ପର୍ଯ୍ୟନ୍ତ ଦେଖିବାକୁ ମଳିଥାଏ । ତେବେ ଏଠାରେ କହି ରଖିବାକୁ ଚାହିଁବୁ ଯେ ଝିଅ ଆରଧ୍ୟାକୁ ଅଭିଷେକ ବଚନ ବହୁତ ଭଲ ପାଆନ୍ତି । କିନ୍ତୁ ଏବେ ଝିଅ ଆଉ ଏୌଶ୍ୱର୍ଯ୍ୟାଙ୍କ ସହ ମଧ୍ୟ ନଜର ଆସୁ ନାହାନ୍ତି ଅଭିଷେକ ବଚନ । ତେବେ ବଲିଉଡ଼ର ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ସହ ଅଧିକ ସମୟ ବିତାଉଥିବା ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଅଭିନେତ୍ରୀ ନମ୍ରତାଙ୍କ ସହିତ ସେ ଖୁବ ଶୀଘ୍ର ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଭୟେ କୌଣସି ଖୁଲାସା କରିନାହାନ୍ତି ।