ନୂଆଦିଲ୍ଲୀ: ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ବ୍ୟାଘ୍ର୍ୟ ସଂରକ୍ଷଣ (Tadoba-Andhari Tiger Reserve in Maharastra)ରେ ଦୁଇ ବାଘୁଣୀଙ୍କ ମଧ୍ୟରେ ଭୟଙ୍କର ଲଢ଼େଇର ଏକ ପୁରୁଣା ଭିଡିଓ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତାଡୋବା-ଅନ୍ଧାରୀ ବ୍ୟାଘ୍ର୍ୟ ସଂରକ୍ଷଣ ହେଉଛି ରାଜ୍ୟର ସବୁଠାରୁ ବଡ଼ା ଜାତୀୟ ଉଦ୍ୟାନ । ଏହା ଭାରତର ୪୭ ପ୍ରୋଜେକ୍ଟ ବ୍ୟାଘ୍ର୍ୟ ସଂରକ୍ଷଣ ମଧ୍ୟରୁ ଅନ୍ୟତମ । ଚନ୍ଦ୍ରପୁର ଜିଲ୍ଲାରେ ସ୍ଥିତ ଏହି ବ୍ୟାଘ୍ର୍ୟ ସଂରକ୍ଷଣ ନାଗପୁରରୁ ୧୫୦ କିମି ଦୂରତାରେ ରହିଛି ।
ଏହି ଭାଇରାଲ ଭିଡିଓରେ ଦର୍ଶାଯାଇଛି ଯେ କିପରି ଦୁଇ ବାଘୁଣୀ ପରସ୍ପର ଉପରେ ପଞ୍ଝାରେ ଆକ୍ରମଣ କରୁଛନ୍ତି । ଜଣେ ଅନ୍ୟ ଜଣଙ୍କୁ ଉଠାଇ କଚାଡ଼ି ମଧ୍ୟ ଦେଉଛି । ସଫାରୀ ପର୍ଯ୍ୟଟକଙ୍କ ଏକ ଜିପ୍ ଦୂରରୁ ଏହି ଦୃଶ୍ୟକୁ ଉପଭୋଗ କରୁଥିବାର ଦେଖାଯାଇଛି । ବର୍ତ୍ତମାନ ଏହି ଭିଡିଓ ରଣଥମ୍ଭୋର ନ୍ୟାସନାଲ ପାର୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି ।
View this post on Instagram