Video: ଖତଗଦା ନା ଟଙ୍କାଗଦା, ଖତ ତଳୁ ବାହାରୁଛି ବିଡ଼ା ବିଡ଼ା ଟଙ୍କା, ଖୋଳି ଖୋଳି ପୋଲିସ ନୟାନ୍ତ

ବାଲେଶ୍ୱର: (ଓଡ଼ିଶା ଭାସ୍କର) ଖତ ତଳୁ ବାହାରୁଛି ଲକ୍ଷ ଲକ୍ଷ ଟଙ୍କା। ଯେତେ ଖୋଳୁଛନ୍ତତି ସେତେ ବିଡ଼ା ବିଡ଼ା ନୋଟ ବାହାରୁଛି। ପୋଲିସ ଖତ ଖୋଳି ଖୋଳି ପୁରା ହାଲିଆ ହୋଇଯାଇଛି। ଶେଷରେ ଖତ ତଳୁ ବାହାରିଛି ୨୧ ଲକ୍ଷ ଟଙ୍କା। ହଁ ଆଜ୍ଞା, ପୁଅକୁ ବଞ୍ଚାଇବାକୁ ଯାଇ ମା ଖତ ତଳେ ପୋତିଥିଲା ଟଙ୍କା । ହେଲେ ପୋଲିସ ସୁଙ୍ଗି ସୁଙ୍ଗି ସବୁ ଟଙ୍କାକୁ ପାଇ ଯାଇଛି। ସୂଚନା ମୁତାବିକ ଏତେ ଟଙ୍କା ଖତ ତଳେ କେମିତି ଆସିଲା ଭାବୁଥିଲେ। ତେବେ ଏହି ସବୁ ଟଙ୍କା ହେଉଛି ଚୋରି ଟଙ୍କା।

ପୁଅର ଚୋରୀ ଟଙ୍କାକୁ ଖତ ତଳେ ଲୁଚାଇ ରଖିଲେ ପୁରା ପରିବାର। ଅଭିଯୋଗ ମୁତାବିକ ଗତ ୮ରୁ ୧୦ ତାରିଖରେ ବ୍ୟାଙ୍କ ଛୁଟି ଥିଲା। ତେବେ ଟଙ୍କା ଡିପୋଜିଟ ନକରି ଚୋରୀ କରିଥିଲା ଅଭିଯୁକ୍ତ ଗୋପାଳ ବେହେରା। ବ୍ୟାଙ୍କରେ ଥୋଇବା ବଦଳରେ ଘରକୁ ନେଇଥିଲା। ଗୋପାଳ ହାଇଦ୍ରାବାଦରେ ଏକ ଘରୋଇ କମ୍ପନୀରେ ଚାକିରି କରିଥିଲେ। ତେବେ ନାମପଲି ଷ୍ଟେସନରେ ନିଜ ଶାଳକ ରବିନ୍ଦ୍ର ବେହେରାଙ୍କ ହାତରେ ଟଙ୍କା ଦେଖ ଘରକୁ ପଠାଇଥିଲା। ହାଇଦ୍ରାବାଦରେ ଦୀର୍ଘଦିନ ହେବା ଚାକିରି କରିଥିଲେ ଗୋପାଳ।

କମ୍ପାନୀର ପୁରା ବିଶ୍ୱସ୍ତ ରହିଥିଲେ ଗୋପାଳ। ସେଥିପାଇଁ ତାଙ୍କୁ ଟଙ୍କା ଡିପୋଜିଟ କରିବା ପାଇଁ କୁହାଯାଉଥିଲା। ସିସିଟିଭିରେ ସବୁ ଚିତ୍ର କଏଦ ହୋଇଥିଲା। ଜଳେଶ୍ୱର ଷ୍ଟେସନରେ ରବିନ୍ଦ୍ର ତାଙ୍କ ମା-ବାପାଙ୍କୁ ଦେଇଥିଲେ ଏହି ଟଙ୍କା ଭର୍ତ୍ତି ବ୍ୟାଗ୍‌। ଏହା ପରେ ପୁଣିଥରେ ନାମପଲି ଯାଇ କମ୍ପାନୀରେ ଚାକିରି କରିଥିଲେ। ତେବେ ପୋଲିସ ଜାଣିପାରି ହଠାତ ପଞ୍ଚିଥିଲା ବଡ଼ବନ୍ଦାଳି ଗାଁରେ। ଉମାକାନ୍ତ ବେହେରା ଏବଂ ବାସନ୍ତି ବେହେରାଙ୍କ ଘରେ ଛାନଭିନ କରିଥିଲା। ଆଉ ଖୋଜୁ ଖୋଜୁ ଖତ ତଳୁ ମିଳିଥିଲା ବିଡ଼ା ବିଡ଼ା ନୋଟ।