(Video) ଫୋନ ଦେଖି ରାସ୍ତା ପାର୍ ହେଉଥିଲେ, କାର୍ ଧକ୍କା ଦେବାକୁ ଫୁଟବଲ ଭଳି ଉଡିଲେ..

ନୂଆଦିଲ୍ଲୀ: ଲୋକଙ୍କୁ ଯେତେ କହିଲେ ଅମାନିଆ ମଣିଷ । ଟ୍ରାଫିକ ପୋଲିସ ଏବଂ ପ୍ରଶାସନ ସର୍ବଦା ଲୋକଙ୍କୁ ପରାମର୍ଶ ଦିଅନ୍ତି ଯେ, ରାସ୍ତାରେ ଯିବାବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ବାରା ଦୁର୍ଘଟଣା ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । କିନ୍ତୁ କେତେକ ଅମାନିଆ ମଣିଷ ଏହାକୁ ପାଳନ କରୁନାହାନ୍ତି । ସିଙ୍ଗାପୁରର ଅର୍କାର୍ଡ ରୋଡ ପାର ହେଉଥିବା ବେଳେ ଜଣେ ମହିଳା ତାଙ୍କ ଫୋନକୁ ଦେଖି ଦେଖି ଯାଉଥିଲେ । ଏହି ସମୟରେ କାରଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଫୁଟମହିଳା ଉଡି ପଡିଥିଲେ ମହିଳା ଜଣକ । ଏହାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି ।

କାରର ଡ୍ୟାସବୋର୍ଡ କ୍ୟାମେରା ଦ୍ୱାରା ରେକର୍ଡ ହୋଇଥିବା ଫୁଟେଜରେ ଦେଖାଯାଇଛି ଯେ, ମହିଳା ଜଣକ ନିଜ ଫୋନରେ ହଜି ଯାଇଛନ୍ତି । ନାଲି ଆଲୋକକୁ ଅଣଦେଖା କରି ରାସ୍ତା ପାର ହୋଇଥିବାର ନଜର ଆସିଛନ୍ତି । କାର ସବୁଜ ଆଲୋକରେ ଗତି କଲାବେଳେ କାର ତାଙ୍କୁ ଧକ୍କା ଦେଇଥିଲା । ମହିଳାଜଣକ ରାସ୍ତାରେ ଛିଟିକି ହୋଇ ପଡିଥିଲେ । ମୁହାଁମୁହିଁ ଧକ୍କା ହେବା ପରେ ଡ୍ରାଇଭର ଶୀଘ୍ର କାରରୁ ଓହ୍ଲାଇ ମହିଳାଙ୍କ ଅବସ୍ଥା ଯାଞ୍ଚ କରିଥିଲେ। ତେବେ ମହିଳା ଜଣକ ନିଜକୁ ଦେଖିବା ପରିବର୍ତ୍ତେ ନିଜ ମୋବାଇଲ ସୁରକ୍ଷିତ ଅଛି କି ନାହିଁ ଦେଖିଥିଲେ । ତେବେ ସୌଭାଗ୍ୟବଶତଃ ମହିଳାଙ୍କର କୌଣସି କ୍ଷତି ହୋଇନାହିଁ ।