ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଦେଶର ବେସରକାରୀ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନର ଦାମ୍ ବୃଦ୍ଧି କରିଥିଲେ । ପ୍ରଥମେ ଜିଓ ଦାମ୍ ବଢାଇଥିଲା, ଏହା ପରେ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ମଧ୍ୟ ସମାନ କାର୍ଯ୍ୟ କରିଥିଲେ । ରିଚାର୍ଜ ପ୍ଲାନ ଗୁଡିକର ମୂଲ୍ୟ ବୃଦ୍ଧି ଯୋଗୁଁ ଗ୍ରାହକମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ଏଭଳି ପରିସ୍ଥିତିରେ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଲୋକମାନଙ୍କ ପାଇଁ ଏକ ବିକଳ୍ପ ଭାବରେ ଉଭା ହୋଇଥିଲା, ଯାହା ଶସ୍ତା ଶୁଳ୍କ ଯୋଜନା ପାଇଁ ଜଣାଶୁଣା । ତେବେ ବିଏସଏନଏଲ ଏପରି ଏକ ପ୍ଲାନ ବାହାର କରିଛି ଯାହା ପାଇଁ ଆଇଡିଆ ଭୋଡାଫୋନର ଚିନ୍ତା ବୃଦ୍ଧି ପାଇଛି ।
BSNL ଏହାର ଉପଭୋକ୍ତାମାନଙ୍କୁ ବିଭିନ୍ନ ମୂଲ୍ୟ ରେଞ୍ଜରେ ଅନେକ ରିଚାର୍ଜ ଯୋଜନା ପ୍ରଦାନ କରୁଛି । ଯାହା ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରିଥାଏ । ଏହି ପ୍ଲାନର ଦାମ୍ ମାତ୍ର 108 ଟଙ୍କା । କମ୍ ମୂଲ୍ୟ ବ୍ୟତୀତ, ଉପଭୋକ୍ତାମାନେ ମଧ୍ୟ ଏଥିରେ ଅନେକ ସୁବିଧା ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ପ୍ଲାନର ବୈଧତା 28 ଦିନ ରହିଥିବା ବେଳେ ୟୁଜର୍ସ ଏହି ବୈଧତା ଶେଷ ହେବା ପର୍ଯ୍ୟନ୍ତ ଅନଲିମିଟେଡ୍ କଲ୍ କରିପାରିବେ ।
ଯଦି ଡାଟା କଥା ଦେଖିବା ତାହେଲେ ଏଥିରେ ଗ୍ରାହକଙ୍କୁ 1ଜିବି ଡାଟା ମିଳିବ । ତେବେ 1 ଜିବି ଡାଟା ଶେଷ ହେବା ପରେ ସ୍ପିଡ କମ୍ ହୋଇ 40Kbps ହୋଇଯାଇଥାଏ । ଯଦି ଆମେ ଜିଓ କଥା ଦେଖିବା ତାହେଲେ ଏହି 1 ଜିବି ଯୁକ୍ତ ପ୍ଲାନର ଦାମ୍ 209 ଟଙ୍କା ରହିଛି । ଏହାର ଭାଲିଡିଟି 22 ଦିନ ଅଟେ । ଯଦି ଉଭୟକୁ ତୁଳନା କରିବା ବିଏସଏନଏଲ 101 ଟଙ୍କା ଶସ୍ତା ହେବା ସହିତ ପ୍ଲାନ 6 ଦିନ ଅଧିକ ହୋଇଥାଏ ।