ଜଗନ୍ନାଥଙ୍କ ଜମି ଜାଲିଆତି ପ୍ରସଙ୍ଗ, କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ଜଗନ୍ନାଥଙ୍କ ଜମି ବେଆଇନ୍ ବିକ୍ରି ପ୍ରସଙ୍ଗ । କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଯଦି ଜମି ବେଆଇନ ଭାବେ ବିକ୍ରି ହୋଇଥିବ ତାହେଲେ କଠୋକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । କ୍ରେତା, ବିକ୍ରେତା ଏବଂ ସବରେଜିଷ୍ଟ୍ରାର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଯଦି ବେଆଇନ ବିକ୍ରି ହୋଇଥିବ ତାହେଲେ କାହାରିକୁ ମଧ୍ୟ ଛଡାଯିବ ନାହିଁ । ବାସେଳୀ ସାହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଜବରଦଖଲ ଜମିକୁ ବିକ୍ରି କରି କର୍ପସ ଫଣ୍ଡ ଯୋଜନା ରହିଛି । 2003 ୟୁନିଫର୍ମ ପଲିସିରେ ଜବରଦଖଲ ଜମିର ସେଟେଲମେଣ୍ଟ ହେବ । ଏହି ସେଲଟମେଣ୍ଟ ଦ୍ବାରା ପ୍ରାୟ 8ରୁ 10 ହଜାର କୋଟିର କର୍ପସ ଫଣ୍ଡ ହେବ ।”  ଜଗନ୍ନାଥଙ୍କ ଜମି ଜାଲିଆତି ଅଭିଯୋଗ କରାଯାଇ ମନ୍ଦିର ପ୍ରଶାସନ ପକ୍ଷରୁ ବାସେଳୀ ସାହି ଥାନାରେ ମାମଲା ଦାୟର କରାଯାଇଛି । ମୌଜା- ମାଟିତୋଟା ୟୁନିଟ୍ ନଂ-୧, ଖାତା ନମ୍ବର-୩୮ର ସମୁଦାୟ ୧୦୯ ଟି ପ୍ଲଟର ଏହି ଜମିକୁ ବେଆଇନ୍ ଭାବେ ହାତେଇବାକୁ ହୋଇଥିବା ଉଦ୍ୟମକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାପରେ ଆଜି ଆଇନ ମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ଦେଇ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ।