ମୋଦିଙ୍କୁ ମିଳିଲା ସପ୍ତଦଶ ଅନ୍ତରାଷ୍ଟ୍ରୀୟ ସମ୍ମାନ, GCON ସମ୍ମାନରେ ସମ୍ମାନିତ କରିବ ନାଇଜେରିଆ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଡ ସମ୍ମାନ । ନାଇଜେରିଆର GCON ସମ୍ମାନ ପାଇବା ନେଇ ଘୋଷଣା କରାଯାଇଛି । ଗ୍ରାଣ୍ଡ କମାଣ୍ଡର ଅଫ ଦ ଅର୍ଡର ଅଫ ଦ ନାଇଜର(GCON) ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ । ତେବେ ନାଇଜେରିଆ ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିବେ । ତେବେ ପୂର୍ବରୁ ରାଣୀ ଏଲିଜାବେଥ ଏକମାତ୍ର ବିଦେଶୀ ଭାବେ 1969 ମସିହାରେ ସମ୍ମାନିତ ହୋଇଥିଲେ । ତେବେ ବିଦେଶୀ ରାଷ୍ଟ୍ରର ସମ୍ମାନ କଥା ଦେଖିବା କାହେଲେ ମୋଦୀଙ୍କର ଏହା ସପ୍ତଦଶ ସମ୍ମାନ ।

ଏଲିଜାବେଥଙ୍କ ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି । ଯାହାକି ମୈଦୀଙ୍କ 17ତମ ଅନ୍ତରାଷ୍ଟ୍ରୀୟ ପୁରସ୍କାର ହେବ । ଏହାପୂର୍ବରୁ ଫ୍ରାନ୍ସ, ଜାପାନ, ଅଷ୍ଟ୍ରେଲିଆ ଭଳି ଦେଶ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଛନ୍ତି । କହିରଖୁଛୁ କି, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନାଇଜେରିଆ ଗସ୍ତରେ ରହିଛନ୍ତି । ନାଇଜେରିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁଙ୍କ ନିମନ୍ତ୍ରଣ କ୍ରମେ ସେ ନାଇଜେରିଆ ଆସିଛନ୍ତି  । ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ବର୍ତ୍ତମାନ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି ।