ପିରିୟଡ୍ସ ସମୟରେ ଅଧିକ ରକ୍ତସ୍ରାବ ହେଉଛି କି? ଏହା ହୋଇଥାଇପାରେ କାରଣ

ନୂଆଦିଲ୍ଲୀ: ଲୋକମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅସାବଧାନତା କାରଣରୁ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଆସୁଛି । ବିଶେଷକରି ମହିଳାଙ୍କୁ ଏହା ଅଧିକ ପ୍ରଭାବିତ କରୁଛି । କିଛି ମହିଳା ଦାବି କରିଥାନ୍ତି ଯେ, ଋତୁସ୍ରାବ ସମୟରେ ସେମାନଙ୍କର ଅଧିକ ରକ୍ତସ୍ରାବ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହା ସ୍ବାସ୍ଥ୍ୟପକ୍ଷେ କେତେ ହାନିକାରକ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ଅନେକ ସମସ୍ୟାର କାରଣ ହୋଇଥାଇପାରେ ।

ଋତୁସ୍ରାବ ଅବଧି ମହିଳାଙ୍କ କ୍ଷେତ୍ରରେ ଭିନ୍ନଭିନ୍ନ ହୋଇଥାଏ । 2ରୁ 7 ଦିନ ଯାଏଁ ରକ୍ତସ୍ରାବ ହୋଇଥାଏ । ତେବେ ଅଧିକ ରକ୍ତସ୍ରାବ ଅବସ୍ଥାକୁ ମେନୋରୋଜିଆ ବୋଲି କୁହାଯାଇଥାଏ  ।  ଏହା ବିଶେଷକରି ଜୀବନଶୈଳୀକୁ ପ୍ରଭାବିତ କରିଥାଏ । ଯଦି 7 ଦିନରୁ ଅଧିକ ରକ୍ତସ୍ରାବ ହେବା କିମ୍ବା ବାରମ୍ବାର ପ୍ୟାଡ ଚେଞ୍ଜ ଅବସ୍ଥାକୁ ମେନୋରୋଜିଆ କୁହାଯାଏ । ତେବେ ଏହା ପାଇଁ ଅନେକ କାରଣ ଦାୟୀ ହୋଇଥାଏ । ଗର୍ଭାଶୟରେ ୟୁଟ୍ରସର ଆକାର ବୃଦ୍ଧି ଏହାର ଏକ କାରଣ ହୋଇଥାଏ । ଅନ୍ୟପଟେ ହରମୋନରେ ଅସନ୍ତୁଳନତା, ଇଷ୍ଟ୍ରୋଜେନ ଏବଂ ପ୍ରୋଜେଷ୍ଟରନ ମଧ୍ୟରେ ଅସମାନତା କାରଣରୁ ଅଧିକ ରକ୍ତସ୍ରାବ ହୋଇଥାଏ । ଏହି ସମସ୍ୟା ଦେଖାଗଲେ ମାନସିକ ସନ୍ତୁଳନତା ବଜାୟୀ ରୁହେ ନାହିଁ । ବାରମ୍ବାର ପ୍ୟାଡ ବଦଳାଇବାକୁ ପଡିଥାଏ । ଶରୀରରେ ହିମଗଲୋବିନର ମାତ୍ରା କମ୍ ହୋଇଥାଏ । ମୁଡ ସୁଇଂ ସହିତ ତଳିପେଟରେ ପ୍ରବଳ ଯନ୍ତ୍ରଣା ହୋଇଥାଏ ।  କାନ୍ତ ଅନୁଭବ କରିବା ସହିତ ଚିଡଚିଡା ମଧ୍ୟ ଲାଗିଥାଏ ।