ଟିମ ଇଣ୍ଡିଆରେ ଯୁବ କ୍ରିକେଟରଙ୍କ Surprise Entry: ଶୁଭମନ ଗିଲଙ୍କ ସ୍ଥାନରେ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ବର୍ତ୍ତମାନ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ଯାଇ ନଥିବା ବେଳେ ଏବେ ଜଣେ ଯୁବ କ୍ରିକେଟରଙ୍କୁ ଦଳରେ ସରପ୍ରାଇଜ ଏଣ୍ଟ୍ରି ମିଳିଛି । ଭାରତର ଷ୍ଟାର କ୍ରିକେଟର ଲଗାତାର ଆହତ ହେବା ପରେ ଦଳ ଏହି ନିଷ୍ପତ୍ତି ନେଇଛି । ଅଭ୍ୟାସ ମ୍ୟାଚ୍ ସମୟରେ ଷ୍ଟାର ବ୍ୟାଟର କେ.ଏଲ ରାହୁଲ ଏବଂ ଶୁଭମନ ଗିଲ୍ ଆହତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଜଣେ ଯୁବ ବ୍ୟାଟରଙ୍କୁ ଦଳରେ ସାମିଲ କରିଛି ଭାରତର ଟିମ ମ୍ୟାନେଜମେଣ୍ଟ । ତେଣୁ ପ୍ରଥମ ଟେଷ୍ଟରେ ଗିଲଙ୍କ ସ୍ଥାନରେ ତାଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ରାହୁଲ ଏବଂ ଗିଲ୍ ଆହତ ହେବା ପରେ ଦଳରେ ଦେବଦତ୍ତା ପାଡିକ୍କଲଙ୍କୁ ଦଳରେ ସାମିଲ କରାଯାଇଛି । ଇଣ୍ଡିଆ ଏ’ ପକ୍ଷରୁ ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ସିରିଜ ଖେଳୁଥିବା ବେଳେ ଟିମ ଇଣ୍ଡିଆ ତାଙ୍କୁ ଦଳରେ ସାମିଲ କରିଛି । ପାଡିକ୍କଲଙ୍କ ବ୍ୟତୀତ ଋତୁରାଜଙ୍କ ନେତୃତ୍ୱରେ ଯାଇଥିବା ସମସ୍ତ ଖେଳାଳି ସ୍ୱଦେଶ ଫେରିଛନ୍ତି । ଦଳରେ ବ୍ୟାକ୍ଅପ୍ ଖେଳାଳି ଭାବରେ ପାଡିକ୍କଲଙ୍କୁ ରଖିବା ପାଇଁ ଚୟନକର୍ତ୍ତା ଟିମ୍ ପାଖରୁ ଅନମୁତି ନେଇଛି ଭାରତୀୟ ଟିମ ମ୍ୟାନେଜମେଣ୍ଟ । ପ୍ରଥମ ଟେଷ୍ଟରେ ଅଧିନାୟକ ରୋହିତଙ୍କ ଖେଳିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ହୋଇନଥିବା ବେଳେ ଶୁଭମନ ଗିଲ୍ ଏହି ମ୍ୟାଚରୁ ବାଦ୍ ପଡ଼ିଛନ୍ତି । ତେଣୁ ବ୍ୟାକ୍ଅପ୍ ଖେଳାଳି ଭାବରେ ଦେବଦତ୍ତ ପାଡିକ୍କଲଙ୍କୁ ଦଳରେ ସାମିଳ କରିଛି ଟିମ ଇଣ୍ଡିଆ ।

ତେବେ ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ପାଡିକ୍କଲଙ୍କ ପ୍ରଦର୍ଶନ ନିରାଶଜନକ ରହିଥିଲା । ୪ଟି ଇନିଂସରେ ପାଡିକ୍କଲ ୩୬, ୮୮, ୨୬ ଏବଂ ୧ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଏହି ପ୍ରଦର୍ଶନ ଦଳରେ ସାମିଲ ହେବା ପାଇଁ ପର୍ଯ୍ୟନ୍ତ ନୁହେଁ । କିନ୍ତୁ ସେ ଅଷ୍ଟ୍ରେଲିଆର ପିଚ୍ କଣ୍ଡିସନରେ ଭଲ ପ୍ରଦର୍ଶନ କରିପାରିବେ ବୋଲି ଆଶା ରଖିଛି ଭାରତୀୟ ଟିମ ମ୍ୟାନେଜମେଣ୍ଟ । ତେବେ ଟିମ ଇଣ୍ଡିଆ ପକ୍ଷରୁ ଇଂଲଣ୍ଡ ପକ୍ଷରୁ ଗୋଟିଏ ଟେଷ୍ଟ ଏବଂ ୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ପାଡିକ୍କଲ ।