ଆଗାମୀ 4 ଦିନ ଜାଡରେ ଥରିବ ଓଡିଶା! ଏହି ଜିଲ୍ଲାରେ ଘନ କୁହୁଡ଼ି ନେଇ ଆଲର୍ଟ ଜାରି

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମା ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତର ଲହରୀ । କୋହଲା ପବନରେ ଦେହ ଥରି ଉଠୁଛି । ସକାଳ 8 ଯାଏଁ କୁହୁଡି ସାଙ୍ଗକୁ ଶୀତ ଜାରି ରହୁଛି । ଅନେକ ସ୍ଥାନରେ ତାପମାତ୍ରା କମୁଥିବା ବେଳେ ଆଗାମୀ 4 ଦିନ ଯାଏଁ ଏହି ଲହରୀ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତାପମାତ୍ରା ମଧ୍ୟ କେତେକ ସ୍ଥାନରେ 20 ଡିଗ୍ରୀ ତଳକୁ ରହୁଛି ।

ରାଜ୍ୟରେ ଯଦି ତାପମାତ୍ରା କଥା ଦେଖିବା ତାହେଲେ ସୋମବାର ଦିନ ରାଜ୍ୟରେ 12 ସହରର ତାପମାତ୍ରା 15 ଡିଗ୍ରୀ ତଳେ ରହିଥିଲା । ଫୁଲବାଣୀରେ  ୧୦.୫ଡିଗ୍ରୀ, ଅନୁଗୁଳରେ ୧୧.୬, ଦାରିଙ୍ଗିବାଡ଼ିରେ  ୧୧.୫, ରାଉରକେଲାରେ ୧୨.୨, ଝାରସୁଗୁଡ଼ାରେ  ୧୨.୪, ଜି ଉଦୟଗିରିରେ 7.2, ସୁନ୍ଦରଗଡ଼ରେ ୧୪, ନବରଙ୍ଗପୁରରେ ୧୪.୫, ବଲାଙ୍ଗୀର  ଓ ଢେଙ୍କାନାଳରେ ୧୪.୯, ସୋନପୁରରେ ୧୫.୧,  ନୟାଗଡ଼ରେ ୧୫.୪ ଡିଗ୍ରୀ, ଝାରସୁଗୁଡ଼ାରେ  ୧୨.୪, ଭବାନୀପାଟଣାରେ ୧୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ତେବେ ଆଗାମୀ 4ରୁ 5 ଦିନ ଏଭଳି ତାପମାତ୍ରା ରହିବା ନେଇ ଆକଳନ କରାଯାଇଥିବା ବେଳେ ଘନ କୁହୁଡି ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, କନ୍ଧମାଳ ଏବଂ କଳାହାଣ୍ଡିରେ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ରହିଛି ।