ନୂଆଦିଲ୍ଲୀ: ଦିନକୁ ଦିନ ଗ୍ରାହକଙ୍କ ଖୁସି ଖବର ଦେଉଛି ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ । ପ୍ରଥମେ ପ୍ଲାନର ମୂଲ୍ୟ ବଢାଇବା ପରେ ଏବେ ସ୍ପେସାଲ ଅଫର ପ୍ରଦାନ କରୁଛି । ଏହାରି ଭିତରେ ଜିଓ ଗ୍ରାହକଙ୍କୁ ଏକ ସ୍ୱତନ୍ତ୍ର 601 ଟ୍ରୁ 5 ଜି ଅପଗ୍ରେଡ୍ ଗିଫ୍ଟ ଭାଉଚର ପ୍ରଦାନ କରୁଛି । ଏହି ଭାଉଚରକୁ ନିଜେ ବ୍ୟବାହର କରିପାରିବେ କିମ୍ବା ଅନ୍ୟକୁ ମଧ୍ୟ ଟ୍ରାନ୍ସଫର କରିପାରିବେ । ଏହା ହେଉଛି ଜିଓର ଆକର୍ଷଣୀୟ ଫିଚର । ଯେତେବେଳେ ଏହା ଅନ୍ୟ କାହାକୁ ଗିଫ୍ଟ କରିବେ ସେତେବେଳେ ଏହା MyJio ଆକାଉଣ୍ଟରେ ଯୋଡି ହୋଇଯିବ ।
କିନ୍ତୁ ଏହି ଭାଉଚରର ଫାଇଦା ସମସ୍ତେ ଉଠାଇ ପାରିବେ ନାହିଁ । ଯେଉଁମାନେ ବର୍ତ୍ତମାନ 4G ନେଟୱାର୍କରେ ଅଛନ୍ତି ଏବଂ Jio ର 5G ସେବା ନେବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ଜିଓ ବର୍ତ୍ତମାନ ଏହି ପ୍ଲାନରେ 5G ସେବା ଯୋଗାଉଛି ଯେଉଁଥିରେ 2GBଡାଟା ରହୁଛି । ଏପରି ପରିସ୍ଥିତିରେ ଯେଉଁମାନେ ଦୈନିକ 1.5 ଜିବି ଡାଟା ପାଇଁ ପ୍ଲାନ କରୁଛନ୍ତି, ସେମାନେ ଏହି ଭାଉଚର ସାହାଯ୍ୟରେ 5G ଉପଭୋଗ କରିପାରିବେ । 601 ର ଏହି ଭାଉଚର୍ ବାସ୍ତବରେ 12 ଟି ଛୋଟ ଭାଉଚରର ଏକ ପ୍ୟାକେଜ୍ । ଯାହାର ପ୍ରତ୍ୟେକ ମୂଲ୍ୟ 51 ଟଙ୍କା ଅଟେ । MyJio ଆପରୁ ଏହି 51 ଟଙ୍କିଆ ଭାଉଚର୍ ସକ୍ରିୟ କରିପାରିବେ । ଏହି ଭାଉଚର୍ ବ୍ୟବହାର କରି ଏକ ବର୍ଷ ପାଇଁ 5G ନେଟୱାର୍କ ସହିତ ସଂଯୁକ୍ତ ରହିପାରିବେ । 601 ଭାଉଚରକୁ ମାଇଜିଓ ଆକାଉଣ୍ଟରେ ଟ୍ରାନ୍ସଫର କରିପାରିବେ । 51 ଟଙ୍କିଆ ଭାଉଚରକୁ ଅଲଗା ଭାବେ ଟ୍ରାନ୍ସଫର କରିପାରିବେ । ଜିଓ ପକ୍ଷରୁ କୁହାଯାଇଛି ଯେ, 601 ଟଙ୍କିଆ ଜିଓ ଟ୍ରୁ ଅପଗ୍ରେଟ ଗିଫ୍ଟ ସାଙ୍ଗ କିମ୍ବା ସମ୍ପର୍କୀୟଙ୍କୁ ଜିଓ ନମ୍ପରରେ ଟ୍ନାନ୍ସଫର କରିପାରିବେ ।