ନୂଆଦିଲ୍ଲୀ: ମହାକୁମ୍ଭ ମେଳା କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଲୋକପ୍ରିୟ । ଏହି କୁମ୍ଭମେଳା ପ୍ରତି 12 ବର୍ଷକୁ ଥରେ ହୋଇଥାଏ । 2025 ମସିହାରେ ଅନୁଷ୍ଠିତ ହେବ ଏହି ମେଳା । ପୂର୍ବରୁ 2013 ମସିହାରେ ହୋଇଥିବା ବେଳେ ବର୍ତ୍ତମାନ 12 ବର୍ଷ ପରେ ଏହା ଅନୁଷ୍ଠିତ ହେବାକୁ ଯାଉଛି ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ମହାକୁମ୍ଭ ମେଳା ସମୟରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ । ପ୍ରତ୍ୟେକ ଥର କୁମ୍ଭ ମେଳା କେବଳ ଚାରୋଟି ପବିତ୍ର ନଦୀ ଏବଂ ଭାରତର ଚାରି ତୀର୍ଥସ୍ଥାନରେ ଆୟୋଜିତ ହୋଇଥାଏ । କିନ୍ତୁ ମହାକୁମ୍ଭ ମେଳା କେବଳ ପ୍ରୟାଗରାଜ, ନାଶିକ୍, ହରିଦ୍ୱାର ଏବଂ ଉଜୈନରେ ଆୟୋଜିତ ହୋଇଥାଏ । ବର୍ତ୍ତମାନ 12 ବର୍ଷ ପରେ ଏହି ମହାକୁମ୍ଭ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଯଦି ଆସନ୍ତା ବର୍ଷ 2025 ମସିହାରେ, ମହାକୁମ୍ଭ ମେଳା 13 ଜାନୁଆରୀରେ ପୌଷ ପୂର୍ଣ୍ଣିମା ଦିନରୁ ଆରମ୍ଭ ହେବ ଏବଂ ଏହି କୁମ୍ଭମେଳା 26 ଫେବୃଆରୀ 2025ରେ ମହାଶିବରାତ୍ରୀରେ ଶେଷ ହେବ । ମହାକୁମ୍ଭ 12 ବର୍ଷ ପରେ ପ୍ରୟାଗରରେ ଆୟୋଜିତ ହେବାକୁ ଯାଉଛି ।
ତେବେ କୁମ୍ଭମେଳା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଜାନୁଆରୀ ମାସରେ ହେବାକୁ ଥିବା ମହାକୁମ୍ଭରେ 6800 ପରିବହନ ବସ୍ ଏବଂ 200 ଏସି ବସ୍ ଚଳାଚଳ କରିବାର ଯୋଜନା ରହିଛି । କୁମ୍ଭମେଳାରେ ମହାସ୍ନାନ 13 ଜାନୁଆରୀରୁ 26 ଜାନୁଆରୀ ପର୍ଯ୍ୟନ୍ତ ରହିଛି । ଅମବାସ୍ୟା ସ୍ନାନ 29 ଜାନୁଆରୀରରେ ରହିଥିବା ବେଳେ ପଞ୍ଚମୀ ସ୍ନାନର ତିଥି ଫେବୃଆରୀ 3 ତାରିଖରେ ରହିଛି ।