ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ବିବାହ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣ ଅନେକ ପ୍ରକାରରେ ଗ୍ରାଣ୍ଡ ମ୍ୟାରେଜ ଦେଖିଥିବେ କିନ୍ତୁ ବର ସଙ୍ଗେ ବରଯାତ୍ରୀ ଜେସିବିରେ ବସି ଆସିଥିବା ବହୁତ କମ୍ ଦେଖିଥିବେ । ୟୁପିରେ ଥିବା ଏକ ଗାଁର ବିବାହ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବାସ୍ତବରେ, ଏହି ଭିଡିଓକୁ ଦେଖିଲେ ଲାଗୁଛି ଯେ, ପରିବାର ସଦସ୍ୟମାନେ ବିବାହକୁ ନେଇ ଏତେ ଖୁସି ଯେ ସେମାନେ ଜେସିବି ଆସିବା ସହିତ ବର୍ଷା ଭଳି ନୋଟ୍ ଉଡାଉଛନ୍ତି । ଏହି ଭିଡିଓ ସମଗ୍ର ସିଦ୍ଧାର୍ଥନଗରରେ ଆଲୋଚନାର ବିଷୟ ପାଲଟିଛି ।
ୟୁପିର ସିଦ୍ଧାର୍ଥନଗର ଜିଲ୍ଲାରେ ସମଗ୍ର କଲୋନୀରେ ଏକ ବିବାହ ବିଷୟରେ ଆଲୋଚନା ହେଉଛି। କାରଣ ବିବାହ ଶୋଭାଯାତ୍ରାରେ ଜେସିବି ଉପରୁ ନୋଟ ଫୋପାଡିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ପୁଅ ଘର ଲୋକେ କାଗଜ ପରି 100, 200 ଏବଂ 500 ଟଙ୍କାର ନୋଟକୁ ପବନରେ ଉଡାଉଥିବାର ନଜର ଆସିଛନ୍ତି । ତଳେ ରହିଥିବା ଲୋକେ ଠେଲାପେଲା ହୋଇ ନୋଟ୍ ଗୁଟାଉଥିବା ଦେଖାଯାଇଛି ।
ଭାଇରାଲ ହୋଇଥିବା ଭିଡିଓଟି ଦେବଲହବା ଗ୍ରାମର ବୋଲି ଜଣାପଡିଛି । ଅଫଜଲ ଏବଂ ଅରମାନଙ୍କ ବିବାହ ଚାଲିଥିଲା । ତେବେ ପୁଅର ବିବାହରେ ଖୁସି ହୋଇ ପରିବାର ଲୋକେ ଜେସିବିରେ ଆସିବା ସହିତ 20 ଲକ୍ଷ ଟଙ୍କା ଉଡାଇଖିବା ଜଣାପଡିଛି । ଏହି ଭିଡିଓ ପୁରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ये वीडियो यू पी के सिद्धार्थनगर की एक बारात का हैं जिसमे छत और जेसीबी पर चढ़कर नोटों की बारिश हो रही है, हवा में उड़ते ये नोट सौ,दो सौ और पांच सौ के है बताते हैं बारात में करीब 20 लाख रुपये कागज की तरह हवा में उड़ा दिए,जिसका
वीडियो ख़ूब वायरल हो रहा है।#SiddharthNagar pic.twitter.com/L7xRXLKKgT— Naseem Ahmad Journalist NDTV (@NaseemNdtv) November 20, 2024