Retirement Ageରେ ହେଲା ପରିବର୍ତ୍ତନ! ୬୦ ନୁହେଁ, ଏଣିକି ଏତିକି ବର୍ଷ ପର୍ଯ୍ୟନ୍ତ କରିପାରିବେ ଚାକିରି

ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ମାନଙ୍କର ବୟସସୀମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଣିକି ୬୦ ବର୍ଷରେ କର୍ମଚାରୀଙ୍କୁ ମିଳିବନି ଅବସର । ଏହି ବୟସସୀମା ବୃଦ୍ଧି କରାଇବାକୁ ସରକାରଙ୍କ ତରଫରୁ ନିର୍ଣ୍ଣୟ ନିଆଯାଇଛି । ଚାକିରି କ୍ଷେତ୍ରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବୟସସୀମା ଆଉ ୨ ବର୍ଷ ବୃଦ୍ଧି କରାଇବାକୁ ସରକାର ଯୋଜନା କରୁଛନ୍ତି । ତେବେ ଏଣିକି କର୍ମଚାରୀ ୬୦ ବର୍ଷ ବଦଳରେ ୬୨ ବର୍ଷ ବୟସରେ ଅବସର ଗ୍ରହଣ କରିବେ । ଆସନ୍ତାବର୍ଷ ଏପ୍ରିଲ ମାସରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି କୁହାଯାଉଛି । ଏ ନେଇ କ୍ୟାବିନେଟ ବୈଠକର ଏକ ଲେଟର ଭାଇରାଲ ହେଉଛି ।

ସୂଚନା ଅନୁସାରେ, କେନ୍ଦ୍ର କର୍ମଚାରୀଙ୍କ ଚାକିରି ବୟସକୁ ୨ ବର୍ଷ ବୃଦ୍ଧି କରାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଉଛନ୍ତି । ଏ ନେଇ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଥିବା’ ଶୀର୍ଷକର ଏକ ଲେଟର ବର୍ତ୍ତମାନ ଭାଇରାଲ ହେଉଛି । ଏଥିରେ କୁହାଯାଇଛି ଯେ, ଏହି ଯୋଜନାକୁ “ରିଟାୟାରମେଣ୍ଟ ଆୟୁ ବୃଦ୍ଧି ଯୋଜନା’ ନାମ ରଖାଯାଇଛି । ଏହି ଯୋଜନାରେ ୨୦୨୫ ଏପ୍ରିଲ ମାସରୁ ଅବସର ବୟସରେ ୨ ବର୍ଷ ବୃଦ୍ଧି ହେବ ବୋଲି କୁହାଯାଇଛି । ଏଣିକି ୬୦ ବର୍ଷ ପରିବର୍ତ୍ତେ ୬୨ ବର୍ଷ ବୟସରେ ଅବସର ନେବେ କର୍ମଚାରୀ । ଏହା ସମସ୍ତ କେନ୍ଦ୍ର କର୍ମଚୁାରୀଙ୍କ ପାଇଁ ଲାଗୁ ହେବ ବୋଲି ଏହି ଭାଇରାଲ ଲେଟରରେ ଦେଖିବାକୁ ମିଳିଛି । କିନ୍ତୁ ପ୍ରକୃତ କଥା ହେଉଛି ଭାଇରାଲ ହେଉଥିବା ଲେଟର ହେଉଛି ସମ୍ପୂର୍ଣ୍ଣ ମିଛି ଏବଂ ଗୁଜବ ।

ଏହି ଯୋଜନା ଏବଂ ଏହି ଖବରକୁ ମିଛ ଏବଂ ଗୁଜବ ବୋଲି କହିଛି ପ୍ରେସ ଇନଫରମେସନ ବ୍ୟୁରୋ । ସୋସିଆଲ ମିଡିଆରେ କରାଯାଉଥିବା ଏହି ଦାବି ଭିତ୍ତିହୀନ । ଭାରତ ସରକାର ଏଭଳି କୌଣସି ନିଷ୍ପତ୍ତି ନେଇନାହାନ୍ତି । ବର୍ତ୍ତମାନ ସୁଦ୍ଧା କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷ ରହିଛି । ଭାଇରାଲ ହେଉଥିବା ଏହି ତଥ୍ୟ ସମ୍ପୂର୍ଣ୍ଣ ମିଛ ଏବଂ ଗୁଜବ ବୋଲି ପିଆଇବି ପକ୍ଷରୁ ସ୍ପଷ୍ଟ ହୋଇଛି । ଏହାସହିତ ସମସ୍ତ ସୋସିଆଲ ମିଡିଆ ୟୁଜରଙ୍କୁ କୁହାଯାଇଛି ଯେ, ଏଭଳି ପୋଷ୍ଟ କିମ୍ବା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ଏଭଳି ପୋଷ୍ଟର ସତ୍ୟତା ଜାଣିବା ପାଇଁ ପିଆଇବି ଆକାଉଣ୍ଟରେ ଚେକ୍ କରିପାରିବେ ।