୨୪ ଘଣ୍ଟା ଖୋଲା ରହିବ ନିରାମୟ, ଅବହେଳା କଲେ କାର୍ଯ୍ୟାନୁଷ୍ଠାନ: ଉଦ୍ୟୋଗ ମନ୍ତ୍ରୀ

ଭୁବନେଶ୍ବର: ଏଣିକି ଆଉ ବନ୍ଦ ହେବନି ଔଷଧ ଦୋକାନ । 24 ଘଣ୍ଟା ଖୋଲା ରହିବ ନିରାମୟ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହାର ଖିଲାପ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସବୁ ସ୍ଥିତିର ଯାଞ୍ଚ କରାଯିବ ।

ମନ୍ତ୍ରୀ କୃଷ୍ଣଚନ୍ଦ୍ରଙ୍କ କହିବା ଅନୁସାରେ, “ଏଣିକି 24 ଘଣ୍ଟା ନିରାମୟ ଖୋଲାଯିବ । ଏହାର ଖିଲାପ ଯେପରି ନହୁଏ ସେଥିପାଇଁ ସ୍କ୍ବାର୍ଡ ଗଠନ କରାଯାଇଛି । ନିରାମୟ ଖୋଲା ନଥିଲେ କାର୍ଯ୍ୟାନୁଷ୍ଠାନ ହେବ । ସରପ୍ରାଇଜ ଭିଜିଟ କରି କମିଟି ଯାଞ୍ଚ କରିବ । ରାତିରେ ନିରାମୟ ଖୋଲୁଛି କି ନାହିଁ ନଜର ରଖାଯିବ । ଏକ୍ସପାଏରୀ ଔଷଧ ରହୁଛି ନାହିଁ ସେନେଇ ମଧ୍ୟ ଯାଞ୍ଚ କରାଯିବ । ” ତେବେ ମନ୍ତ୍ରୀ ଔଷଧ ନିଗମର ଔଷଧ ସଠିକ୍ ସମୟରେ ପହଞ୍ଚୁଛି କି ନାହିଁ ସେ ନେଇ ମଧ୍ୟ  ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଔଷଧ, ନାପକିନ୍ ଯେପରି ଭାବେ ସ୍କୁଲରେ ପହଞ୍ଚିବ ସେ ଉପରେ ଗୁରୁତ୍ବ ଦିଆଯାଇଛି ।