ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁସମ୍ପଦ ବିଶ୍ବ ବିଦ୍ୟାଳୟ; ରାଜ୍ୟରେ ବୃଦ୍ଧି ହେବ ମଧୁର ମାଛ ଉତ୍ପାଦନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁସମ୍ପଦ ବିଶ୍ବ ବିଦ୍ୟାଳୟ । ଏନେଇ ସୂଚନା ଦେଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ‘ସମ୍ବଲପୁରରେ ୧୦୦ ଏକର ଜମିରେ ହେବ ଆକୁଆ ପାର୍କ । ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ଓଡ଼ିଶା ସାରା ଦେଶରେ ନଂ ୪ । ଆଗାମୀ ୩ ବର୍ଷରେ ମଧୁର ମାଛ ରପ୍ତାନି ଲକ୍ଷ୍ୟ, ପ୍ରୋତ୍ସାହନ ଦିଆଯିବ। ’

ନିକଟରେ ଖୋର୍ଦ୍ଧା ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୪ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାକୁ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଉପସ୍ଥିତ ଥିଲେ ।

ଏହି ଅବସରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ତରଫରୁ ସଫଳ ପ୍ରାଣିପାଳକ ଓ ମତ୍ସ୍ୟଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶହ ଶହ ଜନସାଧାରଣ ମେଳା ପରିଦର୍ଶନ କରି ବେଶ୍ ଖୁସି ପ୍ରକାଶ କରିଥିଲେ ।