କାହିଁକି ଆସୁନି ସୁଭଦ୍ରା ଟଙ୍କା? ଏହି ଭୁଲ ଥିଲେ ମିଳିବନି ୫୦୦୦, ପ୍ରକୃତ ସମସ୍ୟା କହିଦେଲେ ଉପ-ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଆସନ୍ତା ୨୪ ତାରିଖ ଏହି ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ ସରକାର । ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷରୁ ଅଧିକ ମହିଳା ହିତାଧିାରୀ ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଟଙ୍କା ଅନେକ ହିତାଧିକାରୀ ଅପେକ୍ଷା କରି ରହିଛନ୍ତି। ତେବେ ଅନେକ ହିତାଧିକାରୀଙ୍କ ଫର୍ମ ବାରମ୍ବାର ରିଜେକ୍ଟ କରାଯାଉଛି କାହିଁକି ବୋଲି ଏକ ବଡ଼ ପ୍ରଶ୍ନ ରହିଛଇ ସମସ୍ତଙ୍କ ମନରେ । ଏହାର ପ୍ରକୃତ କାରଣ କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ସେମାନଙ୍କୁ କେବେ ମିଳିବ ପ୍ରଥମ କିସ୍ତିର ୫୦୦୦ ଟଙ୍କା? ଏ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

କାହିଁକି ସମସ୍ତଙ୍କ ଆକାଉଣ୍ଟକୁ ଆସିଲାନି ସୁଭଦ୍ରା ଟଙ୍କା?

ସେପ୍ଟେମ୍ବର ୧୭ ତାରିଖରେ ମୋଟ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପଠାଇଥିଲେ ସରକାର । ଏହାପରେ ଅକ୍ଟୋବର ୯ ତାରିଖରେ ୩୫ ଲକ୍ଷରୁ ଅଧିକ ମହିଳା ଏହି ଯୋଜନାରେ ସାମିଲ ହୋଇଥିଲେ । ତେବେ ଅନେକ ହିତାଧିକାରୀ ଏବେ ବି ଟଙ୍କା ପାଇବାରୁ ବଞ୍ଚିତ ରହିଛନ୍ତି । ଉପ-ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଗୋଟିଏ ମୋବାଇଲ ନମ୍ବରରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଥିବାରୁ ଏହାକୁ ଟଙ୍କା ପଠାଇବା ସମସ୍ୟା ସୃଷ୍ଟି ହେଉଛି । ଗୋଟିଏ ନମ୍ବରରେ ଅଧିକ ଆକାଉଣ୍ଟ ରହିଥିଲେ, ଏହାକୁ ସୁଦାର କରିବା ପାଇଁ ପରାମର୍ଶ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ଯାହା ପଳରେ ସମସ୍ତ ହିତାଧିକାରୀଙ୍କୁ ଉଚିତ ସମୟରେ ଟଙ୍କା ପଠାଇବାରେ ସୁବିଧା ହେବ ।

କେବେ ମିଳିବ ପ୍ରଥମ କିସ୍ତି?

ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୬୦ ଲକ୍ଷରୁ ଅଧିକ ହିତାଧିକାରୀ ମହିଳାଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପଠାଯାଇଛି । କିନ୍ତୁ ଯେଉଁମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇନାହିଁ, ଏହା ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ତୃତୀୟ ପର୍ୟ୍ୟାୟରେ ବାଦ ପଡିଥିବା ସମସ୍ତ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ସମସ୍ତ ଅଙ୍ଗନବାଡି କର୍ମୀଙ୍କ ଦସ୍ତାବିଜ ଯାଞ୍ଚ କରାଯିବ । ଏଥିସହ ସେ କହିଛନ୍ତି କି, ୨୪ ତାରିଖ ସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୮୦ ଲକ୍ଷ ଟପିଯିବ ବୋଲି କହିଛନ୍ତି ପରିଡା ।

ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ଟଙ୍କା

ତେବେ ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷରେ ପହଞ୍ଚିଲାଣି । ୫ ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗଲ ଆକାଉଣ୍ଟ ଦେବାକୁ ପୁଣି ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଗୋଟିଏ ମୋବାଇଲ ନମ୍ବର ସହ ଏକାଧିକ ଆକାଉଣ୍ଟ ଲିଙ୍କ ନ କରି ଏହାକୁ ସୁଦାରିବାକୁ ସେ ପରାମର୍ଶ ଦେଇଛନ୍ତି ।