8th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିବ ଖୁସି ଖବର, 186% ବଢିବ ଦରମା!

ନୂଆଦିଲ୍ଲୀ: ଅଷ୍ଟମ ବେତନ ଆୟୋଗ ବିଷୟରେ ବଜାରରେ ଆଲୋଚନା ଅତ୍ୟନ୍ତ ତୀବ୍ର ହୋଇଛି  । ଏ ସମ୍ପର୍କରେ ସରକାର କୌଣସି ଘୋଷଣା କରିନାହାଁନ୍ତି । ରିପୋର୍ଟ ଅନୁଯାୟୀ, ଯଦି ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ ହୁଏ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଦରମା 186 ପ୍ରତିଶତ ବୃଦ୍ଧି ହୋଇପାରେ । ବର୍ତ୍ତମାନ କର୍ମଚାରୀମାନେ ସପ୍ତମ ବେତନ ଆୟୋଗ ଅଧୀନରେ ମାସିକ ସର୍ବନିମ୍ନ ମୌଳିକ ବେତନ 18,000 ଟଙ୍କା ପାଉଛନ୍ତି । ଯାହା ଷଷ୍ଠ ପେ କମିଶନ ଅଧୀନରେ 7,000 ରୁ ବୃଦ୍ଧି କରାଯାଇଥିଲା । ନ୍ୟାସନାଲ କାଉନସିଲ୍ ଅଫ୍ ଜଏଣ୍ଟ କନ୍ସଲଟେଟିଭ୍ ମେସିନାରୀ (ଜେସିଏମ୍) ର ସଚିବ (ଷ୍ଟାଫ୍ ସାଇଡ୍) ଶିବ ଗୋପାଳ ମିଶ୍ର କହିଛନ୍ତି ଯେ, ସେମାନେ ଅତି କମରେ 2.86 ଫିଟମେଣ୍ଟ ଫ୍ୟାକ୍ଟର୍ ପାଇବାକୁ ଆଶା କରୁଛନ୍ତି। ସପ୍ତମ ବେତନ ଆୟୋଗର 2.57 ଫିଟମେଣ୍ଟ ଫ୍ୟାକ୍ଟର୍ ଠାରୁ ଏହା 29 ଆଧାର ପଏଣ୍ଟ ଅଧିକ ଅଟେ ।

ଫାଇନାନ୍ସିଆଲ ରିପୋର୍ଟ ଅନୁଯାୟୀ, ଯଦି ସରକାର 2.86 ର ଫିଟମେଣ୍ଟ ଫ୍ୟାକ୍ଟରକୁ ଅନୁମୋଦନ କରନ୍ତି, ତେବେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା 186 ପ୍ରତିଶତ ବୃଦ୍ଧି ହୋଇ 51,480 ଟଙ୍କା ହେବ । ଯାହାକି ବର୍ତ୍ତମାନ ଦରମା 18 ହଜଜାର ଅଟେ । ଅଷ୍ଟମ ବେତନ ଆୟୋଗ ଅଧୀନରେ ପେନ୍ସନ୍ ମଧ୍ୟ 186 ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଯେଉଁ କାରଣରୁ ବର୍ତ୍ତମାନର ପେନ୍ସନ୍ 9,000 ରୁ 25,740 ଟଙ୍କାକୁ ବୃଦ୍ଧି ପାଇବ । ତେବେ 8ମ ବେତନ ନେଇ ଚର୍ଚ୍ଚା ହେଉଥିଲେ ହେଁଁ କୌଣସି ଘୋଷଣା କରାଯାଇ ନାହିଁ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହା ଆଗାମୀ ବଜେଟ୍ 2025-26 ରେ ଘୋଷଣା କରାଯାଇପାରେ । 2014 ମସିହା ଫେବୃଆରୀ 28 ତାରିଖରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମହୋନ ସିଂ ସପ୍ତମ ବେତନ ଆୟୋଗର ଗଠନ କରିଥିଲେ । ଏହାପରେ 2015 ମସିହା ନଭେମ୍ବର 19 ତାରିଖରେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ । ଏହାପରେ 2016 ମସିହା ଜାନୁଆରୀ 1 ତାରିଖରେ ଏହାକୁ ଲାଗୁ କରାଯାଇଥିଲା ।