ଭୁବନେଶ୍ବର: ଏଭଳି କେବେ ଏଟିଏମ୍ ଦେଖିଛନ୍ତି କି, ଯେଉଁଥିରେ 100 ଟଙ୍କା ମାରିଲେ 500 ଆସିବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ନିରାଟ ସତ୍ୟ ଅଟେ । ନୀଳଗିରି ଉପଖଣ଼୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ହିଟାଚି ଏଟିଏମରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ତେବେ ଟଙ୍କା ନେଇ ଖୁସିରେ ଘରକୁ ଯାଉଥିବା ମଧ୍ୟ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି । ଯିଏ ଥରେ ଆସୁଛି ସିଏ ବାର ବାର୍ ଆସୁଛି ।
ସୂଚନା ଅନୁସାରେ, ସକାଳେ ମେସିନ୍ ତଦାରଖରେ ରହିଥିବା ବେଣୁଧର ପୃଷ୍ଟି 2 ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୋଡ୍ କରିଥିଲେ । ଲୋକେ ଏଟିଏମ ଆସି ଟଙ୍କା ଉଠାଇବାରେ ଲାଗିଥିଲେ । କିନ୍ତୁ ସତ୍ୟ ସାମ୍ନାକୁ ଆସିନଥିଲେ । କିନ୍ତୁ ସନ୍ଧ୍ୟା ସମୟରେ ମାଲିକଙ୍କ ବନ୍ଧୁ ମେସିନରୁ ଟଙ୍କା ଉଠାଉବା ପରେ ସବୁ ସତ୍ୟ ସାମ୍ନାକୁ ଆସିଥିଲା । 5ସହ ଟଙ୍କା ଉଠାଇବା ପାଇଁ ଯାଇ 5 ହଜାର ଟଙ୍କା ଉଠିଥିଲା । ସଙ୍ଗେ ସଙ୍ଗେ ମାଲିକ ବନ୍ଧୁ ଙ୍କୁ କହିବା ପରେ ବେଣୁଧର ମେସିନ ନିକଟରେ ପହଁଚି ଯାଞ୍ଚ କରିଥିଲେ । ମେସିନରେ ଯାନ୍ତ୍ରିକ ତ୍ରୁଟି ରହିଥିବା ନେଇ ସେ ଜାଣିବାକୁ ପାଇଥିଲେ । ତେବେ ସେ ଟଙ୍କା ନେଇଥିବା ଲୋକଙ୍କୁ ଫେରାଇବା ପାଇଁ ଅନୁରୋଧ କରୁଛନ୍ତି ।