ଭୁବନେଶ୍ବର: ସରକାରୀ କ୍ବାର୍ଟର୍ସ ନେଇ କଠୋର ମନ୍ତବ୍ୟ ଶୁଣାଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସରକାରୀ କ୍ବାର୍ଟର୍ସ ନେଇ କଠୋର ସରକାର । ସରକାରୀ କ୍ବାର୍ଟର୍ସ ଜବରଦଖଲ କିମ୍ବା ଭଡା ଦେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ । ଭଡା ଦେଉଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଅନେକ ଲୋକ ସରକାରୀ କ୍ବାର୍ଟର୍ସ ମାଡି ବସିଥିବୂା ନେଇ ଅଭିଯୋଗ ଆସିଛି । ତେବେ ଏହି ଲୋକମାନଙ୍କର ତାଲିକା ପ୍ରସ୍ତୁତ ହେଉଛି । ପ୍ରମାଣ ମିଳିଲେ କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।
ଏନେଇ ପୂର୍ତ୍ତମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି, “ଅନେକ ଗୁଡିଏ ସ୍ଥାନରେ ସରକାରୀ କ୍ବାର୍ଟର୍ସ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହାକୁ ଅନେକ ଲୋକ ମାଡି ବସିଛନ୍ତି । ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରାଯାଉଛି । ପ୍ରମାଣ ଅନୁସାରେ କିଛି ଲୋକଙ୍କ ଠାରୁ କ୍ବାର୍ଟର୍ସ ଅଣାଯାଇଛି । ବର୍ତ୍ତମାନ ପର୍ଯ୍ୟାୟରେ ଯିଏ କ୍ବାର୍ଟର୍ସ ପାଇବା ପାଇଁ ଯୋଗ୍ୟ ତାଙ୍କୁ ମିଳିବ । ତେବେ ଯେଉଁ ସ୍ଥାନରେ କ୍ବାର୍ଟର୍ସ ଗୁଡିକର ସ୍ଥିତି ଖରାପ ରହିଛି, ସେହି ସ୍ଥାନରେ କ୍ବାର୍ଟର୍ସ ଭଙ୍ଗାଯାଇ ପୁନଃ ତିଆରି କରାଯିବ । ଏହା ଦ୍ବାରା ରାଜ୍ୟରେ ରହିଥିବା କ୍ବାର୍ଟର୍ସ ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରିବ । ”