ନୂଆଦିଲ୍ଲୀ: ବର୍ଡର ଭାଗାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଳିଂ ସହ ୨୯୫ ରନରେ ପର୍ଥ ଟେଷ୍ଟ ନିଜ ନାମରେ କରିଛି ବୁମରାହ ବାହିନୀ । ଯଶସ୍ୱୀ ଜଏସ୍ୱାଲ ଏବଂ ବିରାଟ କୋହଲିଙ୍କ ବିସ୍ଫୋରକ ଶତକ ଏବଂ ସେ୍ ଆଟାକୁ ଭାରତକୁ ଏହି ବିଶାଳ ବିଜୟ ଭେଟି ଦେଇଛି । ଏହି ବିଜୟ ସହିତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ଟିମ ଇଣ୍ଡିଆ । ଟ୍ରାଭିସ ହେଡଙ୍କ ଅର୍ଦ୍ଧଶତକ ପରେ ମଧ୍ୟ ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟ ହାତଛଡ଼ା କରିଛି । ତେବେ ଏହି ବିଜୟ ସହ ଭାରତର ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ପାଇନାଲ ଖେଳିବାର ସ୍ୱପ୍ନ ପୁଣିଥରେ ଉଜ୍ଜୀବିତ ହୋଇଛି ।
1ST Test. India Won by 295 Run(s) https://t.co/dETXe6cqs9 #AUSvIND
— BCCI (@BCCI) November 25, 2024
ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ବିଜୟ ସହ ସିରିଜରେ ଧମାକାଦାର ଆରମ୍ଭ କରିଛି ଟିମ ଇଣ୍ଡିଆ । ରୋହିତଙ୍କ ଅନୁପସ୍ଥିତିରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି ଅଧିନାୟକ ଜଶପ୍ରୀତ ବୁମରାହ । ପର୍ଥର ଅପ୍ଟସ ଷ୍ଟାଡିୟମରେ ୫ ଟି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଦଳର ପ୍ରଥମ ପରାଜୟ । ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବବୃହତ ଟେଷ୍ଟ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତୃତୀୟ ଦିନରେ ଅଷ୍ଟ୍ରେଲିଆକୁ ଅଲ ଆଉଟ କରି ଭାରତ ୨୯୫ ରନର ଏକ ବିଶାଳ ବିଜୟ ନିଜ ନମରେ କରିଛି । ଟିମ ଇଣ୍ଡିଆର ପେସ୍ ଆଟାକ ସାମନାରେ ଫେଲ ମାରିଛି ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍ ଅପ୍ । ତେବେ ଟ୍ରାଭିସ ହେଡ୍(୮୯) ଏକମାତ୍ର ବ୍ୟାଟର ଭାବରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ମିଚେଲ ମାର୍ଶ ୪୭ ଏବଂ ଆଲେକ୍ସ କ୍ୟାରୀ ୩୬ ରନ୍ କରିଥିଲେ । ୬ ଜଣ ଖେଳାଳିଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି ଟିମ ଇଣ୍ଡିଆର ବୋଲିଂ ୟୁନିଟ ।
𝗪𝗛𝗔𝗧. 𝗔. 𝗪𝗜𝗡! 👏 👏
A dominating performance by #TeamIndia to seal a 295-run victory in Perth to take a 1-0 lead in the series! 💪 💪
This is India’s biggest Test win (by runs) in Australia. 🔝
Scorecard ▶️ https://t.co/gTqS3UPruo#AUSvIND pic.twitter.com/Kx0Hv79dOU
— BCCI (@BCCI) November 25, 2024
ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜଏସ୍ୱାଲ(୧୬୧) ଏବଂ ବିରାଟ କୋହଲି(୧୦୦)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ୫୩୪ ରନର ଏକ ବିଶାଳ ଲକ୍ଷ୍ୟ ଦେଇଥିଲା ଟିମ ଇଣ୍ଡିଆ । ଯାହାକୁ ହାସଲ କରିବାରେ ଫେଲହୋଇଛି ଅଷ୍ଟ୍ରେଲିଆ । ତେବେ ବ୍ୟାଟିଂ ପରେ ଦ୍ୱିତୀୟ ଇନିଂସରେ ଭାରତର ବୋଲିଂ ୟୁନିଟ ମଧ୍ୟ ଅଷ୍ଟ୍ରେଲିଆଉପରେ ଭାରୀ ପଡ଼ିଛି । ଅଧିନାୟକ ଜଶପ୍ରୀତ ବୁମରାହ ଏବଂ ମହମ୍ମଦ ସିରାଜଙ୍କ ଖତରନାକ ବୋଲିଂ ସହିତ ୱାଶିଂଟନ୍ ସୁନ୍ଦର, ହର୍ଷିତ ରାଣା ଏବଂ ନୀତିଶ ରେଡ୍ଡୀ ଅଷ୍ଟ୍ରେଲିଆକୁ ମାତ୍ର ୨୩୮ ରନରେ ଅଲଆଉଟ କରିଛନ୍ତି । ବୁମରାହ ଏବଂ ସିରାଜ ଏହି ଇନିଂସରେ ୩ଟି ଲେଖାଏଁ ସଫଳତା ନିଜ ନାମରେ କରିଛନ୍ତି । ସେହିପରି ସୁନ୍ଦର ୨ଟି ସଫଳତା ପାଇଥିବା ବେଳେ ହର୍ଷିତ ରାଣା ଏବଂ ନୀତିଶ ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ ଦଖଲ କରିଛନ୍ତି ।
Jasprit Bumrah leads India to a memorable victory in Perth.#WTC25 | #AUSvIND 📝: https://t.co/jjmKD0eEV6 pic.twitter.com/nBrBnPJF25
— ICC (@ICC) November 25, 2024