ସମ୍ବଲପୁର: ବୁର୍ଲା ଭିମସାର ମେଡିକାଲରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ । ମେଡିକାଲରୁ ନବଜାତ ଶିଶୁ ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଦମ୍ପତି । ଛତିଶଗଡ଼ର ଦମ୍ପତି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମେଡିକାଲ ପରିସରରୁ ପିଲା ଚୋରି ହେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଛତିଶଗଡ଼ର ଏହି ଦମ୍ପତି ସେମାନଙ୍କ ପିଲା ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି । ମେଡିକାଲରୁ ଦମ୍ପତିଙ୍କ ୨ ଦିନର ଶିଶୁ ଚୋରି ହେବା ନେଇ ଅଭିଯୋଗ କରିଛନ୍ତି ଦମ୍ପତି । ତେବେ ପିଲା ଚୋରି ଖବର ପାଇବା ପରେ ପୋଲିସ ଘଟଣାସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ମାମଲା ନେଇ ପୋଲିସ ପଚରାଉଚରା ଜାରି ରଖିଛି ।