ନୂଆଦିଲ୍ଲୀ: ବର୍ଡର ଭାଗାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ପ୍ରଥମ ବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତ ପ୍ରସ୍ତୁତି କରୁଛି । କିନ୍ତୁ ୟା ଭିତରେ ଦଳକୁ ଏକ ଶକ୍ତ ଝଟକା ଲାଗିଛି । ସିରିଜ ଅଧାରୁ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଅଚାନକ ଭାରତ ଫେରି ଆସିଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଫେରିଛନ୍ତି ଗୁରୁ ଗମ୍ଭୀର । ତେଣୁ ବର୍ତ୍ତମାନ କୋଚଙ୍କ ବିନା ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ପ୍ରସ୍ତୁତି କରିବ । ତେବେ ଆଗାମୀ ଟେଷ୍ଟ ପାଇଁ ଦଳର କୋଚ୍ ଦାୟିତ୍ୱରେ କିଏ ରହିବେ ବୋଲି ପ୍ରଶ୍ନ ଉଠିଛି ।
ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ଖୁବ ସହଜରେ ନିଜ କବଜାରେ କରିଛି ଭାରତ । ଏହାପରେ ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ ସିରିଜର ଦ୍ୱିତୀୟ ଟେଷ୍ଟ । ଏହି ମ୍ୟାଚ୍ ପାଇଁ ଆସନ୍ତାକାଲି ଭାରତୀୟ ଦଳ କ୍ୟାନବେରା ଅଭିମୁଖେ ଯାତ୍ରା କରିବ । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ କୋଚ୍ ସ୍ୱଦେଶ ଫେରିଥିବା ସୂଚନା ମିଳିଛି । ତେବେ ଏ ନେଇ ସେ ଯଥେଷ୍ଟ ସମୟ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡକୁ ସୂଚନା ଦେଇଥିଲେ । ତେଣୁ କୋଚ୍ ଗମ୍ଭୀର ଟିମ ଇଣ୍ଡିଆ ସହ କ୍ୟାନବେରା ଯିବା ବଦଳରେ ଭାରତକୁ ଫେରିବେ ।
ଗୌତମ ଗମ୍ଭୀରଙ୍କ ଅନୁପସ୍ଥିତିରେ ଭାରତର ବ୍ୟାଟିଂ କୋଚ୍ ଅଭିଷେକ ନାୟର, ବୋଲିଂ କୋଚ୍ ମୋର୍ଣ୍ଣ ମୋର୍କେଲ ଏବଂ ଫିଲ୍ଡିଂ କୋଚ୍ ଟି ଦିଲୀପ ଦଳର ଖେଳାଳି ମାନଙ୍କ ଅଭ୍ୟାସ କରାଇବେ । ତେବେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଗୁରୁ ଗମ୍ଭୀର ପୁଣିଥରେ ଦଳରେ ସାମିଲ ହେବେ ବୋଲି କହିଛନ୍ତି । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଗମ୍ଭୀରଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆକୁ ୨ ଦିନିଆ ପିଙ୍କ ବଲ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପଡ଼ିବ । ଏହାପରେ ଦ୍ୱିତୀୟ indian crଟେଷ୍ଟ ପୂର୍ବରୁ କୋଚ୍ ଭାବରେ ପୁଣିଥରେ ଦାୟିତ୍ୱ ଗ୍ରହଣ କରିବେ ଗୁରୁ ଗମ୍ଭୀର ।