Agoraphobia ମାନସିକ ରୋଗକୁ ଚିହ୍ନିବେ କିପରି: ଭିଡ଼ ସ୍ଥାନକୁ ଯିବାକୁ ଡର ଲାଗିବା, ଶରୀର ଥରିବା ଆଦି ଲକ୍ଷଣ ଦେଖାଦେଲେ ମନୋବିଜ୍ଞାନୀଙ୍କ ପରାମର୍ଶ ନିଅନ୍ତୁ

ନୂଆଦିଲ୍ଲୀ: ମଣିଷ ବିଭିନ୍ନ ପ୍ରକାରର ଶାରୀରିକ ଓ ମାନସିକ ରୋଗକୁ ସାମ୍ନା କରିଥାଏ । ତେବେ ସେଥିମଧ୍ୟରୁ ଆଗୋରଫୋବିଆ ହେଉଛି ଏକ ମାନସିକ ରୋଗ । ଏହି ରୋଗରେ ପୀଡ଼ିତ ହେଲେ ଜଣଙ୍କୁ ଗହଳି, ଭିଡ଼ ସ୍ଥାନକୁ ଯିବାକୁ କୁଣ୍ଠାବୋଧ କରିବା ଏହି ରୋଗର ଏକ ଲକ୍ଷଣ । ଏହି ରୋଗରେ ବ୍ୟକ୍ତିକୁ ମନ ଭିତରୁ ଏକ ଭୟ ଜାଗ୍ରତ ହୋଇଥାଏ । ଭିଡ଼ ଜାଗାକୁ ଯିବା କଥା କହିଲେ

ମନୋବିଜ୍ଞାନୀଙ୍କ ମତରେ, ଆଗୋରଫୋବିଆରେ ପୀଡ଼ିତ ବ୍ୟକ୍ତି ଲୋକଙ୍କ ସହିତ ମିଶିବାକୁ ଭଲ ପାଆନ୍ତି ନାହାନ୍ତି । ସେହି କାରଣରୁ ସେ ଅଧିକାଂଶ ସମୟରେ ଏକାକୀ ରହିଯାଇଥାନ୍ତି । ଯଦି ଏହାକୁ ଠିକ୍ ସମୟରେ ଧ୍ୟାନ ନ ଦିଆଯାଏ, ତେବେ ତାହାଡିପ୍ରେସନ, ପ୍ୟାନିକ ଆଟାକ ପରି ମାନସିକ ରୋଗର କାରଣ ସାଜିଥାଏ । ଏଥିରେ ସଂକ୍ରମିତ ବ୍ୟକ୍ତି ଅଧିକ ଲୋକ ଥିବା ସ୍ଥାନକୁ ଯାଇ ନଥାଏ । ଏପରିକି ବ୍ୟକ୍ତ ପବ୍ଲିକ ଟ୍ରାନ୍ସପୋର୍ଟରେ ମଧ୍ୟ ଯାଇ ନଥାଏ । ଏଥିରେ ପୀଡ଼ିରେ ବ୍ୟକ୍ତିର ହୃଦ୍ ସ୍ପନ୍ଦର ବଢ଼ିଯାଇଥାଏ, ହାତ-ପାଦ କମ୍ପିବାରେ ଲାଗିଥାଏ, ମୁହଁ ଶୁଖିବାରେ ଲାଗିଥାଏ, ମୁଣ୍ଡରେ ଯନ୍ତ୍ରଣା ହୋଇଥାଏ ଓ ଚକ୍କର ଆସିଥାଏ । ଅନେକ ସମୟରେ ଆବଶ୍ୟକତା ଠାରୁ ଅଧିକ ଷ୍ଟେସ ନେବା ବ୍ୟକ୍ତିକୁ ରୋଗଗ୍ରସ୍ତ କରିଦେଇଥାଏ । ଜେନେଟିକ୍ ଫ୍ୟାକ୍ଟର୍ସ ମଧ୍ୟ ଏହି ରୋଗର କାରଣ ସାଜିବାର ସମ୍ଭାବନା ରହିଥାଏ ।

ଏଥିରୁ ମୁକ୍ତି ପାଇବା ପାଇଁ ମଦ ସେବନଠାରୁ ଦୂରେଇ ରୁହନ୍ତୁ । ସୁସ୍ଥ ଓ ସନ୍ତୁଳିତ ଆହାର ସେବନ କରନ୍ତୁ । ନିୟମିତ ଭାବେ ବ୍ୟାୟାମ ଓ ମେଡିଟେସନ କରନ୍ତୁ । କୌଣସି ଭଲ ମନୋଚିକିତ୍ସକଙ୍କ ସହ ସମ୍ପର୍କ କରନ୍ତୁ । ମେଡିସିନ ଓ ଥେରାପି (ସିବିସି) ଦ୍ୱାରା ଏହାର ଉପହାର କରାଯାଇଥାଏ । ମନର ଡରକୁ ବାହାର କରିବା ପାଇଁ ବ୍ରିଦିଙ୍ଗ ଓ ଭିଜୁଆଲାଇଜେସନର ସହାୟତା ନିଅନ୍ତୁ । ଡୀପ ବ୍ରିଦିଙ୍ଗ ବ୍ୟାୟାମରେ ମନରେ ଥିବା ବିଚାରକୁ ନିୟନ୍ତ୍ରଣ କରାଯାଇପାରେ । ରିଲାକ୍ସେନ ଟେକନିକ ଡର ଉପରେ କାବୁ କରିବାରେ ଅଧିକ ସହାୟକ ହୋଇଥାଏ ।