ନୂଆଦିଲ୍ଲୀ: ପର୍ଥ ଟେଷ୍ଟ ବିଜୟ ଭାରତୀୟ ଖେଳାଳିଙ୍କୁ ଅନେକ ଉପହାର ଭେଟି ଦେଇଛି । ସିରିଜରେ ୧-୦ରେ ଅଗ୍ରଣୀ କରାଇବା ସହ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ପୁଣିଥରେ ଶୀର୍ଷ ସ୍ଥାନ ହାସଲ କରିଛି ଟିମ ଇଣ୍ଡିଆ । ଏହାବ୍ୟତୀତ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଅନେକ ସଫଳତା ଦେଇଛି ପର୍ଥ ବିଜୟ । ଅଧିନାୟକ ଜଶପ୍ରୀତ ବୁମରାହ ଏହି ମ୍ୟାଚ୍ ପାଇଁ ପୁଣିଥରେ ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ କବଜା କରିଛନ୍ତି । ସେହିପରି ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏବଂ ବିରାଟ କୋହଲିଙ୍କ ସହ କେ.ଏଲ ରାହୁଲ ମଧ୍ୟ ବଡ଼ ସଫଳତା ହାସଲ କରିଛନ୍ତି । ଏହାସହିତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ସ୍ଥାନ ପକ୍କା କରିବାର ଆଶା ଉଜ୍ଜୀବିତ ରଖିଛି ଟିମ ଇଣ୍ଡିଆ ।
‘ପର୍ଥ’ ବିଜୟ ଭାରତ ପାଇଁ ଏକ ଆଶୀର୍ବାଦ ପାଲଟି ଯାଇଛି । ଯଶସ୍ୱୀ ଏବଂ ବିରାଟଙ୍କ ଶତକ ପରେ ବୁମରାହଙ୍କ ଖତରନାକ ବୋଲିଂ ଭାରତକୁ ବିଶାଳ ବିଜୟ ଭେଟି ଦେଇଛି । ଏହାବ୍ୟତୀତ କେ.ଏଲ ରାହୁଲ ଏବଂ ନୀତିଶ ରେଡ୍ଡୀଙ୍କ ଦମଦାର ପ୍ରଦର୍ଶନ ବଳରେ ୨୯୪ ରନରେ ଏହି ମ୍ୟାଚ ହାତେଇଛି ବୁମରାହ ବାହିନୀ । ଏହାପରେ ଅନେକ ରେକର୍ଡ ନିଜ ନାମରେ କରିଛି ଦଳ । ବିଶେଷକରି ଟିମ ଇଣ୍ଡିଆର ଅଧିକାଂଶ ଖେଳାଳିଙ୍କୁ ଟେଷ୍ଟ ରାଙ୍କିଙ୍ଗରେ ବଡ଼ ସଫଳତା ହାସଲ ହୋଇଛି । ୟର୍କର କିଙ୍ଗ ତଥା ମ୍ୟାଚର ଅଧିନାୟକ ଜଶପ୍ରୀତ ବୁମରାହ ପୁଣିଥରେ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଉପରେ ଦଖଲ କରିଛନ୍ତି । ପର୍ଥ ଟେଷ୍ଟର ପ୍ରଥମ ଇନିଂସରେ ୫ଟି ୱିକେଟ ଏବଂ ଦ୍ୱିତୀୟ ଇନିଂସରେ ୩ଟି ଓପଳତା ହାସଲ କରିଥିଲେ ବୁମରାହ । ତେଣୁ ତାଙ୍କୁ ମ୍ୟାଚରେ ପ୍ଲେୟର ଅଫ୍ ଦ ମ୍ୟାଚ୍ ଭାବରେ ମଧ୍ୟ ବିବେଚନା କରାଯାଇଛି । ତେବେ ଏହି ଦମଦାର ପ୍ରଦର୍ଶନ ବଳରେ ସେ ପୁଣିଥରେ ଦୁନିଆର ସର୍ବଶ୍ରେଷ୍ଠ ଟେଷ୍ଟ ବୋଲର ଭାବରେ ପରିଚୟ ପାଇଛନ୍ତି । ଏହି ତାଲିକାରେ ରବିଚନ୍ଦ୍ରନ ଅଶ୍ୱୀନ ଚତୁର୍ଥ(+୧) ଏବଂ ରବିନ୍ଦ୍ର ଜାଡେଜା(-୧) ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ମହମ୍ମଦ ସିରାଜ ୩ଟି ସ୍ଥାନ ଉପରକୁ ଉଠି ୨୫ତମ ସ୍ଥାନରେ ପହଞ୍ଚିଛନ୍ତି ।
Boom back at the 🔝#BGT2024 #TeamIndia #JaspritBumrah pic.twitter.com/w4nS1RiC8X
— Circle of Cricket (@circleofcricket) November 27, 2024
ବ୍ୟାଟିଂରେ ମଧ୍ୟ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି । ଟିମ ଇଣ୍ଡିଆର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଟେଷ୍ଟ ରାଙ୍କିଙ୍ଗରେ ଏକ ‘ଲଙ୍ଗ ଜମ୍ପ’ ମାରିଛନ୍ତି । ଦ୍ୱିତୀୟ ଇନିଂସରେ ୧୬୧ ରନର ବିସ୍ପୋରକ ଇନିଂସ ବଳରେ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଯଶସ୍ୱୀ ଜଏସ୍ୱାଲ । ଜୋ ରୁଟଙ୍କ ପରେ ଯଶସ୍ୱୀ ତାଲିକାର ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ଦ୍ୱିତୀୟ ଇନିଂସରେ ଦମଦାର ଶତକ ପାଇଁ ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି ରାଙ୍କିଙ୍ଗରେ ୯ଟି ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ପହଞ୍ଚିଛନ୍ତି । ଏହାସହିତ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଏହି ରାଙ୍କିଙ୍ଗରେ ୧୩ଟି ସ୍ଥାନ ଉପରକୁ ଉଠି ୪୯ରେ ପହଞ୍ଚିଛନ୍ତି କେ.ଏଲ ରାହୁଲ । ସେହିପରି ଋଷଭ ପନ୍ତ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଶୁଭନ ଗିଲ୍ ଏବଂ ରୋହିତ ଶର୍ମା ତାଲିକାରେ ତଳକୁ ଖସି ଆସିଛନ୍ତି ।
The Dominance of Team India in Test Cricket.
– India Number 1 WTC team
– Bumrah Number 1 Test bowler
– Jadeja Number 1 Test all-rounder
– Jaiswal Number 2 Test batter#TeamIndia #indiancricketteam #ICCTestRankings pic.twitter.com/9XNmTG6hrB— GSMS Media (@GsmsMedia) November 27, 2024