ଭେଙ୍ଗାବାବାଙ୍କ ସେହି ଭୟଙ୍କର ଭବିଷ୍ୟବାଣୀ… ସତ ହୋଇଥିଲେ ହୋଇଥାନ୍ତା ମହାପ୍ରଳୟ

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ଭବିଷ୍ୟବକ୍ତା ରହିଛନ୍ତି, ଯେଉଁମାନଙ୍କ ଭବିଷ୍ୟବାଣୀ ପ୍ରାୟତଃ ସତ ହୋଇଥାଏ । ସେହିପରି କିଛି ଲୋକଙ୍କ ଭବିଷ୍ୟବାଣୀ ଭୁଲ ମଧ୍ୟ ହୋଇଥାଏ । ତେବେ ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଅଧିକାଂଶ ଭବିଷ୍ୟବାଣୀ ସତ ହୋଇଥିବାର ଦେଖାଯାଇଛି । ଦୀର୍ଘ ବର୍ଷ ପୂର୍ବରୁ ସେ କହିଥିବା ଅନେକ ଭବିଷ୍ୟବାଣୀ ଅକ୍ଷରେ ଅକ୍ଷରେ ସତ ହୋଇଥିବାର ପ୍ରମାଣ ରହିଛି । କିନ୍ତୁ ତାଙ୍କର ଏଭଳି କିଛି ଭବିଷ୍ୟବାଣୀ ମଧ୍ୟ ରହିଛି, ଯାହା ଭୁଲ ବୋଲି ପ୍ରମାଣିତ ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ସବୁ ଭବିଷ୍ୟବାଣୀ ସମ୍ପର୍କରେ ।

ଡିଜାଇନର ବେବିଜ୍: କୁହାଯାଏ ଯେ, ବାବା ଭେଙ୍ଗା ୨୦୨୩ ମସିହା ପାଇଁ କରିଥିବା ଭବିଷ୍ୟବାଣୀ ଭିତରୁ ଗୋଟିଏ ଥିଲା ଡିଜାଇନର ବେବି । ଏଥିରେ ମାତା-ପିତା ସେମାନଙ୍କ ଶାରୀରିକ ଲକ୍ଷଣ ଚିହ୍ନଟ କରିପାରିବେ । ଏହାପରେ ଡିସେମ୍ବର ୨୦୨୨ରେ ବାୟୋଟେକନୋଲୋଜିଷ୍ଟ ହଶମ ଅଲ-ଘେଲୀ ୮ ମିନିଟ ସମୟର ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ପ୍ରତିବର୍ଷ ୩୦ ହଜାର ଲାବୋରେଟୋରୀରେ ବିକଶିତ ହେଉଥିବା ଶିଶୁଙ୍କୁ ଇନକ୍ୟୁବେଟ କରିବାରେ ସକ୍ଷମ ଲ୍ୟାବ ଦର୍ଶାଯାଇଛି । କିନ୍ତୁ ଏକ୍ଟୋଲାଇଫ ନାମକ ଏହି ପୋଜେକ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ଥିତ୍ୱରେ ଆସି ପାରି ନାହିଁ ।

ବିନାଶକାରୀ ପରମାଣୁ ଆକ୍ରମଣ: କୁହାଯାଉଛି ଯେ, ବାବା ଭେଙ୍ଗା ୨୦୨୩ ମସିହାରେ ଏକ ବଡ ଆଣବିକ ଶକ୍ତି କେନ୍ଦ୍ରରେ ବିସ୍ଫୋରଣର ପୂର୍ବାନୁମାନ କରିଥିଲେ । ଯାହା ଫଳରେ ବିଷାକ୍ତ ବାଦଲ ଏସିଆକୁ ଆଚ୍ଛାଦନ କରିବ। ତେବେ ୨୦୨୩ ରେ ସେପରି କୌଣସି ଘଟଣା ବର୍ତ୍ତମାନ ପର୍ଯ୍ୟନ୍ତ ଘଟିନାହିଁ । କିନ୍ତୁ ମାସ ଶେଷ ହେବାକୁ ଆହୁରି କିଛି ଦିନ ସମୟ ବାକି ଥିବାରୁ ଏହି ଭବିଷ୍ୟବାଣୀ ସତ ହୋଇପାରେ ବୋଲି ଏବେ ବି ଭୟ ରହିଛି।

ଏହିସବୁ ଭବିଷ୍ୟବାଣୀ ସତ ହୋଇଛି

ଭୀଷଣ ସୌର ଝଡ଼: କୁହାଯାଏ ଯେ ବାବା କହିଥିଲେ ଯେ, ୨୦୨୩ ରେ ଏକ ସୌର ଝଡ଼ ପୃଥିବୀକୁ ଥରାଇ ଦେବ। ଏହା ପରେ ଡିସେମ୍ବର ୧ ତାରିଖରେ ଆମେରିକାର ପୂର୍ବାନୁମାନକାରୀମାନେ ମଧ୍ୟ ଏ ନେଇ ଚେତାବନୀ ଦେଇଥିଲେ । ଏକ ବଡ଼ ସୌର ଝଡ଼ ପୃଥିବୀକୁ ଆସୁଛି ଯାହା ରେଡିଓ, ଇଣ୍ଟରନେଟ୍ ଏବଂ ଜିପିଏସରେ ବାଧା ସୃଷ୍ଟି କରିବ ବୋଲି ଚେତାବନୀ ଦେଇଥିଲେ ଆମେରିକାର ପୂର୍ବାନୁମାନକାରୀ । ବାବାଙ୍କ ଏହି ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି ।

କେବେ ହେବ ପୃଥିବୀ ଧ୍ୱଂସ?

ବାବା ଭେଙ୍ଗାଙ୍କ ୮୫ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇଛି । କିନ୍ତୁ ତାଙ୍କର ଅନେକ ଦାବି ମଧ୍ୟ ଭୁଲ ପ୍ରମାଣିତ ହୋଇଛି। କୁହାଯାଏ ଯେ, ତାଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ କୌଣସି ସ୍ଥାନରେ ଲେଖା ହୋଇନଥିଲା କିନ୍ତୁ ଏହି ଭବିଷ୍ୟବାଣୀଗୁଡିକ ବାବା ଭେଙ୍ଗା ତାଙ୍କ ଅନୁଗାମୀମାନଙ୍କୁ କହିଥିଲେ। ୧୯୯୬ ରେ ବାବା ଭେଙ୍ଗାଙ୍କର ମୃତ୍ୟୁ ହୋଇଥିଲା କିନ୍ତୁ ମୃତ୍ୟୁ ପୂର୍ବରୁ ମଧ୍ୟ ସେ ୫୦୭୯ ବର୍ଷ ପର୍ଯ୍ୟନ୍ତ ପୂର୍ବାନୁମାନ କରିଥିଲେ କାରଣ ତାଙ୍କ ଅନୁଯାୟୀ ଜଗତ ୫୦୭୯ ମସିହାରେ ଶେଷ ହେବ।