UGC ଅଧ୍ୟକ୍ଷଙ୍କ ସୂଚନା: ଡିଗ୍ରୀ କୋର୍ସ ଶୀଘ୍ର ସାରିବାକୁ କିମ୍ବା ବିଳମ୍ବରେ ସାରିବାକୁ UG ଛାତ୍ରଛାତ୍ରୀଙ୍କୁ ମିଳିବ ବିକଳ୍ପ

ନୂଆଦିଲ୍ଲୀ: ସମସ୍ତ ଅଣ୍ଡର ଗ୍ରାଜୁଏଟ (ୟୁଜି) ଛାତ୍ରଛାତ୍ରୀଙ୍କ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତରଫରୁ ଆସିଛି ଏକ ଖୁସି ଖବର । ୟୁଜି ଛାତ୍ରଛାତ୍ରୀମାନେ ସେମାନଙ୍କର ଡିଗ୍ରୀ କୋର୍ସ ଶୀଘ୍ର ସାରିବା କିମ୍ବା ବିଳମ୍ବରେ ସାରିବାକୁ ବିକଳ୍ପ ମିଳିବ । ଖୁବଶୀଘ୍ର ୟୁଜି ପିଲାଙ୍କୁ ନିଜର ଡିଗ୍ରୀ ପ୍ରୋଗ୍ରାମର ମାନକ ଅବଧି ବଦଳରେ ନିଜର ପାଠପଢ଼ାର ଅବଧିକୁ କମାଇବା ବା ବଢ଼ାଇବାର ଅପ୍ସନ ମିଳିବ । ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ତରଫରୁ ପିଲାଙ୍କୁ ଏହି ସୁଯୋଗ ଦିଆଯିବ । ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର ଏ ବାବଦରେ ସୂଚନା ଦେଇଛନ୍ତି ।

ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୱିକ୍ ଡିଗ୍ରୀ ପ୍ରୋଗ୍ରାମ (ଏଡିପି) ଓ ବିସ୍ତାରିତ ଡିଗ୍ରୀ କାର୍ଯ୍ୟକ୍ରମ (ଇଡିପି) ଲାଗୁ କରିବା ପାଇଁ ଏସଓପି ଅଣାଯିବାକୁ ଚଳିତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ବୈଠକରେ ୟୁଜିସି ମଞ୍ଜୁରୀ ଦେଇଛି । ବର୍ତ୍ତମାନର ମାନଦଣ୍ଡକୁ ଏବେ ଷ୍ଟେକ ହୋଲଡର୍ସଙ୍କ ଠାରୁ ପ୍ରତିକ୍ରିୟା ପାଇଁ ସାର୍ବଜନିକ ଡୋମେସନରେ ରଖାଯିବ । ଏକ ମାନକ ଅବଧିରେ ଛାତ୍ରଛାତ୍ରୀମାନେ କ୍ଷୁଦ୍ର ବା ବିସ୍ତାରିତ ଅବଧିରେ ଶିକ୍ଷା ସମାପ୍ତ କରିଛନ୍ତି ସେନେଇ ଡିଗ୍ରୀରେ ଏକ ସ୍ୱ-ନିହିତ ନୋଟରେ ଉଲ୍ଲେଖ ରହିବ । ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉକ୍ତ ମାନକ ଅବଧି ଡିଗ୍ରୀର ବରାବର ହେବ । ଛାତ୍ରଛାତ୍ରୀଙ୍କୁ ସେମାନଙ୍କର କ୍ଷମତା ଆଧାରରେ ନିଜର ଡିଗ୍ରୀ ଅବଧିକୁ କମ୍ କରିବା ଓ ବୃଦ୍ଧି କରିବାର ଅପ୍ସନ ମିଳିବ । ୟୁଜିସି ଏହା ଉପରେ ବିଚାର କରୁଥିବା ଅଧ୍ୟକ୍ଷ ଶ୍ରୀ କୁମାର କହିଛନ୍ତି ।