ଲଜ୍ଜାଜନକ କାରନାମା! ରାଜନେତାଙ୍କ ସହ ମହିଳାଙ୍କର ଅଶ୍ଲୀଳ ଚାଟ୍, ଭିଡିଓ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି

ନୂଆଦିଲ୍ଲୀ: ଅନେକ ସମୟରେ କିଛି ସେଲିବ୍ରେଟୀ ଓ ରାଜନେତାଙ୍କୁ ନେଇ କିଛି ଅପ୍ରୀତିକର ଖବର ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ଜଣେ ମହିଳାଙ୍କ ସହ ଜଣେ ରାଜନେତଙ୍କର ଅଶ୍ଲୀଳ ଚାଟ୍ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଉତ୍ତରପ୍ରଦେଶର ଶାମଲୀ ନଗର ପାଳିକା ଅଧ୍ୟକ୍ଷ ଜଣେ ମହିଳାଙ୍କ ସହ କଥାବାର୍ତ୍ତା ହେଉଥିବାର ଭିଡିଓ, ଚାଟ୍ ଏବେ ସାମ୍ନାକୁ ଆସିଛି । ଜଣେ ରାଜନେତାଙ୍କର ଏଭଳି ହରକତକୁ ନେଇ ଏବେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି । ଉକ୍ତ ରାଜନେତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।

ଖବର ମୁତାବକ, ଉତ୍ତରପ୍ରଦେଶର ଶାମଲୀରେ ନଗରପାଳିକା ଅଧ୍ୟକ୍ଷ ଜଣେ ମହିଳାଙ୍କ ସହ ଅଶ୍ଲୀଳ କଥା ହେଉଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଉକ୍ତ ଭିଡିଓରେ ଜଣେ ସିଙ୍ଗଲ ମହିଳାଙ୍କ ସହ ଉକ୍ତ ରାଜନେତା ଜଣଙ୍କ ଖରାପ କଥା ହେବାକୁ ଚାହୁଁଥିବା ବେଳେ ମହିଳା ଜଣଙ୍କ କିନ୍ତୁ ତାଙ୍କୁ ରୋକୁଥିବା ଦେଖାଯାଇଥିଲା । ରାଜନେତା ଓ ମହିଳାଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ବେଳେ ପାଖରେ ଥିବା ଜଣେ ବ୍ୟକ୍ତି ସେମାନଙ୍କର ବାର୍ତ୍ତାଳାପକୁ ରେକର୍ଡିଂ କରୁଥିବା ଦେଖାଯାଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ହଡ଼କମ୍ପ ମଚିଯାଇଛି । ଏକ ସମ୍ମାନଜନକ ପଦରେ ଅଧିଷ୍ଠିତ ଥିବା ଜଣେ ବ୍ୟକ୍ତି ଏପରି ନିନ୍ଦନୀୟ କାର୍ଯ୍ୟରେ ସମ୍ପୃକ୍ତ ରହିବା ଘଟଣାକୁ ଲୋକେ କଡ଼ା ନିନ୍ଦା କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଉକ୍ତ ରାଜନେତା ବିବାଦ ଘେରରେ ରହିଥିଲେ । ତାଙ୍କ ବିରୋଧରେ ଗମ୍ଭୀର ଆସିଥିବା ବେଳେ ସେଥିପାଇଁ କୋର୍ଟ ତାଙ୍କୁ ଏକ ସପ୍ତାହର ଜେଲଦଣ୍ଡ ଶୁଣାଇଥିଲେ ।