ଯୌନ ଲାଳସା ପାଇଁ ଜଘନ୍ୟ କାଣ୍ଡ, ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ପୁରାଇଲେ!

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜାଲୋନରୁ ଜଣେ ନର୍ସଙ୍କ ପ୍ରତି ଅତ୍ୟାଚାର ସହିତ ଛାତିଥରା ମାମଲା ସାମ୍ନାକୁ ଆସିଛି । ଯୌନ ଲାଳସା ପାଇଁ ସୀମା ଲଘୁଂଛନ୍ତି ଲୋକେ । ଡ୍ୟୁଟିରେ ଯାଉଥିବା କର୍ମଚାରୀ ନର୍ସ ଦାବି କରିଛନ୍ତି ଯେ ତାଙ୍କୁ ବାଇକ୍ ଚଳାଉଥିବା ଲୋକମାନେ ଅଟକାଇ ଥିଲେ। ଏହା ପରେ ସେମାନେ ତାଙ୍କୁ ବୁଦା ଭିତରକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ । ଏତିକିରେ ମନ ଶାନ୍ତି ହେଲାନି ଯେ, ଗଣଦୁଷ୍କର୍ମ ପରେ ପ୍ରାଇଭେଟ ପାର୍ଟରେ ବାଡି ସହିତ ଲଙ୍କାଗୁଣ୍ଡ ପୁରାଇ ଦେଇଥିଲେ । ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି ।

ଚୁର୍କି ଥାନା ଅଞ୍ଚଳରୁ ଏହି ମାମଲା ସାମ୍ନାକୁ ଆସିଛି । ନର୍ସଜଣକ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ବାଇକରେ 4ଜଣ ଆସି ତାଙ୍କୁ ଅଟକାଇଥିଲେ । ଏହାପରେ ତାଙ୍କ ସହିତ ଦୁଷ୍କର୍ମ କରି ଏଭଳି କାରନାମା କରିଥିବା ଖୋଦ୍ ନର୍ସଜଣକ ପୋଲିସକୁ କହିଛନ୍ତି । ମହିଳାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ମହିଳା ଏହି ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି। ଅବୈଧ ସମ୍ପର୍କ ସହ ଲିଙ୍କ କରି ପୋଲିସ ଏହି ମାମଲାର ତଦନ୍ତ କରୁଛି । ଏହି ପ୍ରସଙ୍ଗରେ ଏଏସପି କହିଛନ୍ତି, ପୀଡିତାଜଣଙ୍କର ଏକ ବ୍ୟକ୍ତି ସହିତ ଅନୈତିକ ସମ୍ପର୍କ ରହିଥିଲା । ଉକ୍ତ ପରିବାର ସଦସ୍ୟ ମାରପିଟ କରିଥିବା ଜଣାପଡିଛି । ଏହି ମାମଲାରେ ମହିଳାଙ୍କ ଦ୍ୱାରା ଗୁରୁତର ଅଭିଯୋଗ ହୋଇଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।