ନୟାଗଡ଼: ମେଡିକାଲ୍ରୁ ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ । ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ନବଜାତ ଚୋରି ଅଭିଯୋଗ ହୋଇଛି । ଶିଶୁ ଜନ୍ମ ହେବାର କିଛି ସମୟ ପରେ ମେଡିକାଲରୁ ଗାଏବ ହୋଇଥିବା ଆଭିଯୋଗ କରିଛନ୍ତି ପରିବାର ଲୋକ । ଜନ୍ମ ପରେ ନବଜାତର ଫଟୋ ରଖିଥିଲେ ପରିବାର ଲୋକ । ସୂଚନା ମୁତାବକ ଏନେଇ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ । ନୟାଗଡ଼ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଘଟିଛି ଏପରି ଘଟଣା ।
ଗତକାଲି ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧିସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ, ତାଙ୍କୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ତାଙ୍କୁ ଓଟିକୁ ନିଆଯାଇଥିଲା। ସେଠାରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା । ଉକ୍ତ ସମୟରେ ସୁଧିସ୍ମିତାଙ୍କ ନିକଟରେ ପରିବାର ଲୋକେ କେହି ନ ଥିଲେ। କିଛି ସମୟ ପରେ ପରିବାର ଲୋକେ ପହଞ୍ଚି ପ୍ରସବ ହୋଇ ସାରିଥିବା ଶୁଣିବାକୁ ପାଇଥିବା ବେଳେ ପିଲାକୁ କିନ୍ତୁ ପାଇ ନ ଥିଲେ।
ସେତେବେଳକୁ ଶିଶୁ ମେଡିକାଲରୁ ଗାଏବ ହୋଇ ସାରିଥିଲା। ଏନେଇ ପରିବାର ଲୋକେ ହୋହଲ୍ଲା କରିବାକୁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷ ମୁହଁ ଖୋଲୁ ନ ଥିବା ବେଳେ ସିସିଟିଭି ଯାଞ୍ଚ ଚାଲିଥିବା କହିଛନ୍ତି। ଏହି ଘଟଣାକୁ ନେଇ ବିଜୟ କୁମାର ଥାନାରେ ଅଭିଯୋଗ କରିଛନ୍ତି ପରିବାର । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।