ଆଳୁ ବିବାଦକୁ ନେଇ ଯୋଗାଣ ମନ୍ତ୍ରୀଙ୍କ କଡା ଆଭିମୁଖ୍ୟ, ‘ପଶ୍ଚିମବଙ୍ଗଠୁ ଆଉ ମାଗିବୁନି’

ଭୁବନେଶ୍ବର: ପୁଣି ରାଜ୍ୟରେ ଆଳୁସଙ୍କଟ ଭଳି ପରିସ୍ଥିତି ଉପୁଜିଛି । ଦରରେ ଅହେତୁକ ବୃଦ୍ଧି ହୋଇଛି । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ନଆସିବା କାରଣରୁ ଦାମ୍ ବୃଦ୍ଧି ପାଉଛି । ଭୁବନେଶ୍ବରର ବିଭିନ୍ନ ବଜାର ଉପରେ ଏହାର ପ୍ରଭାବ ପଡିଛି । କିଛି ସ୍ଥାନରେ କେଜି ପିଛି 40ରୁ 50 ଟଙ୍କା ବିକ୍ରି ହେଉଛି । ଏହାରି ଭିତରେ ଯୋଗାଣ ମନ୍ତ୍ରୀ ବଡ ବୟାନ ଦେଇଛନ୍ତି । ପଶ୍ଚିମବଙ୍ଗକୁ ଓଡିଶା ଆଳୁ ମାଗିବନି ବୋଲି ମନ୍ତ୍ରୀ କହିଛନ୍ତି । ପଶ୍ଚିମବଙ୍ଗରୁ ଆଉ ଆଳୁ ଓଡିଶା ଆସିବ ନାହିଁ  ।

ମନ୍ତ୍ରୀ କୃଷ୍ଣଚନ୍ଦ୍ରଙ୍କ କହିବା ଅନୁସାରେ, “ଆମେ ଆଉ ପଶ୍ଚିମବଙ୍ଗକୁ ଆଳୁ ମାଗିବୁ ନାହିଁ । ଉତ୍ତରପ୍ରଦେଶରୁ ଆଜି ଓଡିଶାକୁ ଯଥେଷ୍ଟ ଆଳୁ ଆସିଛି । ଉତ୍ତରପ୍ରଦେଶରେ ଆଳୁ 22 ଟଙ୍କାରେ ବିକ୍ରି ହେଉଛି ଏବଂ ଭଡା 4 ଟଙ୍କା ରହିଛି । ମମତା ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ସଚିବଙ୍କ ସହିତ କଥା ହେଉଛି । ଆଳୁ ଦେବା ପାଇଁ ନବୀନ ବାବୁ ମନା କରିଥିବେ । ବର୍ଷେ ଭିତରେ ଆମ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ମିଳିବ । ଆଉ ଦେଢ ବର୍ଷ ପରେ ଆଳୁ ପାଇଁ ଆମେ କୌଣସି ରାଜ୍ୟ ଉପରେ ନିର୍ଭରଶୀଳ ହେବୁ ନାହିଁ । ବାଲେଶ୍ବର ଦେଇ ପଶ୍ଚିମବଙ୍ଗକୁ ମାଛ ଯାଉଛି । ଆମେ ଚାହିଁଲେ 2 ମିନିଟରେ ମାଛ ଗାଡିକୁ ବନ୍ଦ କରିଦେବୁ । ସବୁ ରାଜ୍ୟ ମିଳିମିଶି ଚଳିବା ଉଚିତ ।