fbpx

ମଦ ଛାଡିବା ପରେ ଶରୀରରେ କଣ ସବୁ ପରିବର୍ତ୍ତନ ଦେଖାଦିଏ, ଜାଣନ୍ତୁ

ଆଜିକାଲିର ଯୁଗରେ ସମସ୍ତେ ପ୍ରାୟ ମଦ ପିଉଛନ୍ତି। ଖୁସିରେ, ଦୁଃଖରେ ଓ ପାର୍ଟି ଫନକ୍ସନ ରେ ଲୋକମାନେ ମଦ ପିଉଥିବା ନଜର ଆସିଛି।କିନ୍ତୁ ମଦ ପିଇବା ଦ୍ୱାରା ଆମ ଶରୀରର ଅନେକ କ୍ଷତି ଘଟିଥାଏ। ଏହାସବୁ ଜାଣି ମଧ୍ୟ ଆମେ ଅନ୍ଧ ହୋଇ ତାକୁ ସେବନ କରିଥାଉ। ଏଥିଯୋଗୁ ଲିଭର୍‌ ଖରାପ ହୋଇଥାଏ, ସ୍ମୃତିଶକ୍ତି ହ୍ରାସ  ଓ ହୃଦ୍‌ରୋଗ ହୋଇଥାଏ। ଏକଥା ଜାଣି ମଧ୍ୟ ଲୋକେ ମଦ ପିଅନ୍ତି। ଯଦି ଆପଣ ଏହି ଅଭ୍ୟାସକୁ ଛଡ଼ାଇବା ପାଇଁ ଚାହୁଁଛନ୍ତି ତେବେ ବହୁପ୍ରକାର ଉପାୟରେ ଛାଡିପାରିବେ।କିନ୍ତୁ ମଦ ଛାଡ଼ିଲେ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଦେଖା ଦେଇଥାଏ। ଏହି ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। ଆସନ୍ତୁ ଜାଣିବା ମଦ ଛାଡ଼ିବା ପରେ ଶରୀରରେ କ’ଣ ସବୁ ପରିବର୍ତ୍ତନ ଦେଖା ଦେଇଥାଏ।

ମଦ ଛାଡ଼ିବା ପରେ ଶରୀରରୁ ପ୍ରଥମେ ରକ୍ତରେ ଥିବା ଆଲ୍‌କୋହଲ୍‌ ଧୀରେ ଧୀରେ ସଫା ହୋଇଥାଏ। ଏପରିକି ପାନକ୍ରିୟାଜ୍‌ରେ ଅଧିକ ମାତ୍ରାରେ ଇନ୍‌ସୁଲିନ୍‌ ତିଆରି ହୋଇଥାଏ ଯାହାଫଳରେ ଭୋକ ଅଧିକ ଲାଗିଥାଏ।

ମଦ ଛାଡ଼ିବା ପରେ କିଛି ଲୋକଙ୍କର ହୃତ୍‌ସ୍ପନ୍ଦନ ବଢିବ ସହ ବେଳେବେଳେ ମୁଣ୍ଡ ମଧ୍ୟ ବୁଲାଇଥାଏ।

ଶରୀରରେ ଭିଟାମିନ୍‌-ସି’ର ମାତ୍ରା ବଢ଼ିଥାଏ। ଏଥିସହିତ  ଚିନ୍ତା କରିବାର ଶକ୍ତି ବୃଦ୍ଧି ହୋଇଥାଏ ଓ ସ୍ମୃତିଶକ୍ତି ପ୍ରଖର ହୋଇଥାଏ।

ମଦ ଛାଡ଼ିବା ପରେ ଶରୀରର ଓଜନ ବୃଦ୍ଧି ସହ ଶରୀର ଫିଟ୍‌ ରହିଥାଏ। ରାତିରେ ଭଲ ନିଦ ମଧ୍ୟ ହୋଇଥାଏ।

ମଦ ପିଇବା ଯୋଗୁ ଆପଣଙ୍କ ଶରୀରରେ ଯେଉଁ ଖରାପ କୋଲେଷ୍ଟ୍ରଲ୍‌ ଜମା ହୋଇ ରହିଥାଏ ତାହା ଧୀରେ ଧୀରେ କମ୍‌ ହୋଇଥାଏ ଓ ହାର୍ଟ ମଧ୍ୟ ସୁସ୍ଥ ରହିଥାଏ।

Get real time updates directly on you device, subscribe now.